Latest Odisha News

BREAKING NEWS

ପାକିସ୍ତାନର ନୂଆ କାରନାମା: ସୀମାନ୍ତରେ ଉଡାଉଛି ଡ୍ରୋନ୍, ପକାଉଛି AK47

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ ବ୍ୟବହାର କରି ରାତିରେ AK-47 ଭଳି ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ ରେଖା LoCରେ ପକାଇଥିବା ଅଭିଯୋଗ କରିଛି  ଜାମ୍ମୁ କାଶ୍ମୀର ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଅଖନୋରର ଏକ ଗାଁରେ ଆକ୍ରମଣକାରୀ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି।…

ଆସିଲା ପୋକୋ X3, ଜାଣନ୍ତୁ ଫିଚର

ପୋକୋ ଇଣ୍ଡିଆ ଆଜି ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ନୂତନ ପୋକୋ X3 ର ଶୁଭାରମ୍ଭ ଘୋଷଣା କରିଛି । ଏହି ସ୍ମାର୍ଟଫୋନ୍ ପୋକୋ X3 NFC ସହିତ ସମାନ ସ୍ମାର୍ଟଫୋନ୍ ଯାହା ଏହି ମାସ ଆରମ୍ଭରେ ୟୁରୋପରେ ଲଞ୍ଚ କରାଯାଇଥିଲା । କିନ୍ତୁ ଏହାର ବ୍ୟାଟେରୀ ପାୱାର ଅଧିକା ରହିଛି । ସ୍ନାପଡ୍ରାଗନ୍ 732G…

ସୁଶାନ୍ତ ସିଂଙ୍କ ‘ପୁନର୍ଜନ୍ମ’: ଏପରି ନ୍ୟୁଜ କରି ଟ୍ରୋଲ ହେଲା ଏହି ଅଗ୍ରଣୀ ଗଣମାଧ୍ୟମ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଅବିକଳ ମହମ ମୂର୍ତ୍ତି ତିଆରି କରିଛନ୍ତି ପଶ୍ଚିମବଙ୍ଗର ପ୍ରଖ୍ୟାତ କଳାକାର ସୁଶାନ୍ତ ରାୟ । ତେବେ କଳାକାରଙ୍କ ଏହି ଜୀବନ୍ତ କଳାକୁ ସବୁ ମହଲରୁ ଛୁଟିଛି ପ୍ରଶଂସାର ସୁଅ । ତେବେ ଜାତୀୟ ଗଣମାଧ୍ୟମ 'ଜି ନ୍ୟୁଜ୍' ସୁଶାନ୍ତଙ୍କ ମହମ…

ଭୁବନେଶ୍ୱରରେ ୧୯ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ୱରରେ ୧୯ ହଜାର ଟପିଛି କରୋନା ସଂକ୍ରମଣ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର…

ସିଏସ୍‌ଆର୍‌: ରାୟଗଡାରେ ଉତ୍କଳ ଆଲୁମିନା ପକ୍ଷରୁ କରାଗଲା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କିଛି ପଛୁଆ ଅଂଚଳ ଲୋକଙ୍କୁ ସହଜରେ ବିଶୁଦ୍ଧ ପିଇବା ପାଣିର ସୁବିଧା କଲା ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା କମ୍ପାନୀ । କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ସ୍ୱରୂପ କମ୍ପାନୀ ଏହି ସୁବିଧା ଯୋଗାଇ ଦେଇଛି ।…

ଅନୁରାଗଙ୍କ ବିରୁଦ୍ଧରେ FIR ଦେଇପାରୁନାହାନ୍ତି ପାୟଲ ଘୋଷ, କାହିଁକି ଜାଣନ୍ତୁ

ମୁମ୍ବାଇ: ବଲିଉଡର ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏହି ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିପାରୁ ନାହାନ୍ତି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନକୁ ବିଏମସି ସିଲ୍ କରିଥିବା ସୂଚନା ମିଳିଛି।…

ଜିଓର ଆଇପିଏଲ୍ ଦେଖିବା ସହ ଆର୍ଷଣୀୟ ପୁରସ୍କାର ଜିତିପାରିବାର ସୁଯୋଗ ଆଣିଛି ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’

ଆଇପିଏଲ୍ ଦେଖିବା ସହ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ସହିତ ଏବେ ଖେଳିବାର ସମୟ ଆସିଛି ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି । ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ…

ଚାଷୀଙ୍କ ପାଇଁ ବାର୍ଷିକ ୧୦୦୦୦ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ

ଭୋପାଳ: କୃଷକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୧୦୦୦୦ ସହାୟତା ରାଶି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର 'କିସାନ ସମ୍ମାନ ନିଧି' ଅଧୀନରେ କୃଷକମାନଙ୍କୁ ଏହି ରାଶି ମିଳିବ ବୋଲି ଜଣା ପଡ଼ିଛି । ଏହାପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ ସାମନ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଜାଳି ଦେଲେ ଦୁର୍ବୁତ୍ତ; ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ସୁନା

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରଖୋଣ୍ଟା ଗ୍ରାମ ପଞ୍ଚାୟତର ଦିଅପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତୃତାକୁ କେନ୍ଦ୍ରକରି ଦିଗପାଳ ଗ୍ରାମ ର ଆନନ୍ଦ ଦଳେଇଙ୍କ ଘରେ ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ,ରମେଶ ଖୁଣ୍ଟିଆ ,କୁନୁ ଖୁଣ୍ଟିଆ, ନିଆଁ ଲଗାଇ ଦେଇଥିବା…

ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ନୂଆ ସ୍କିମ, ୨ବର୍ଷ ପାଇଁ ଇଏମଆଇ ଦେୟରୁ ମୁକ୍ତ

ନୂଆଦିଲ୍ଲୀ: କୋଭିଡ -୧୯ ଦ୍ୱାରା ପ୍ରଭାବିତ ଖୁଚୁରା ଋଣଗ୍ରହୀତାଙ୍କୁ ରିଲିଫ ଯୋଗାଇବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏକ ଋଣ ପୁନଃନିର୍ମାଣ ନୀତି ପ୍ରଣୟନ କରିଛି। ନୂତନ ନୀତି ଅନୁଯାୟୀ, ଏସବିଆଇର ଋଣ ଗ୍ରାହକମାନେ ଯେକ କୌଣସି  ପ୍ରକାରର ଇଏମଆଇ ଦେୟରୁ…