ଗଳ୍ପ: ଗାଇଡ୍
ଲୋପାମୁଦ୍ରା ପରିଡା
ହାତ ଘଡି ରାତି କରାଏନି, ରାତି କରାଏ ସୂର୍ଯ୍ୟ ।ନୀଳପର୍ବତ ସେପଟେ ନାଲିମା ଭରା ସୂର୍ଯ୍ୟ ନଇଁଲେ ଯାଇ ନାରଙ୍ଗୀ ଓଢଣୀର ଆକାଶ ଗାଢନୀଳ ଚାଦର ଘୋଡେଇହୁଏ, ସେତେବେଳେ ଲାଗେ ରାତି ଆସିଲା ।କିନ୍ତୁ କିଛି ସୂର୍ଯ୍ୟ ତ ଥରେ ଉଇଁଲେ ଢଳିଯାନ୍ତି ଯଦି ତ ଆଉ କେବେ ଉଅଁନ୍ତିନି…