Latest Odisha News

BREAKING NEWS

ଅଡୁଆରେ ବାବା ଆର୍ତ୍ତତ୍ରାଣ

ଭୁବନେଶ୍ୱର: ଅଡୁଆରେ ଆତ୍ମଘୋଷିତ ବାବା ଆର୍ତ୍ତତ୍ରାଣ । ଫୋନ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ସେ ଅଡୁଆରେ ଫଡିଛନ୍ତି । ତାଙ୍କ ନାଁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ହାଇକୋର୍ଟର ଜଣେ ଆଇନଜୀଜୀ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ କରିଛନ୍ତି ।…

କାହିଁକି ସୋନୁ ପଂଜାବନକୁ ନେଇ ଥରହର ଦିଲ୍ଲୀ ?

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ପୋଲିସ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ପାଇଛି । ଗୀତା ଅରୋରା ଓରଫ ସୋନୁ ପଂଜାବନକୁ ମିଳିଲା ୨୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ କିଏ ଏହି ସୋନୁ ପଂଜାବନ ଓ ତାକୁ ନେଇ କାହିଁକି ଥରହର ଦିଲ୍ଲୀ ? ଦିଲ୍ଲୀର ସବୁଠୁ ବଡ ସେକ୍ସ ରାକେଟ୍ ଅପରେଟର୍ ସାଜିଥିଲା…

କାଶରୁ ଜଣାପଡିବ କରୋନା ପଜିଟିଭ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କାଶର ଶବ୍ଦକୁ ନେଇ ଗବେଷଣା ଚାଲିଛି । ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ ରହୁଛି ସେନେଇ ଗବେଷଣା କରାଯାଉଛି । ନିପି ଓ ଆରଏମଆରସି ସହଭାଗିତାରେ ଗବେଷଣା କରାଯାଉଥିବା ଆରଏମଆରସି ନିର୍ଦ୍ଦେଶିକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିପି…

ରାଜ୍ୟର ୨୦ଟି ଜିଲ୍ଲାର ୪୯ଟି ନଦୀବନ୍ଧ ଦୁର୍ବଳ

ଭୁବନେଶ୍ୱର: ରାଜ୍ୟର ୨୦ଟି ଜିଲ୍ଲାର ୪୯ଟି ସ୍ଥାନରେ ଦୁର୍ବଳ ନଦୀବନ୍ଧ ରହିଛି । ଜଳସମ୍ଫଦ ବିଭାଗ ସଚିବଙ୍କୁ ଏନେଇ ଚିଠି ମାଧ୍ୟମରେ ଜଣାଇଛନ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଚିଠିରେ ସର୍ବୋଚ୍ଚ ଯନ୍ତ୍ରୀ ଜଣାଇଛନ୍ତି ଯେ, ପୁରୀ ଜିଲ୍ଲାର ସର୍ବାଧିକ ୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି।…

ତାମିଲନାଡୁ ରାଜଭବନର ୮୪ କର୍ମୀ କରୋନା ପଜିଟିଭ

ତାମିଲନାଡୁ: ତାମିଲନାଡୁ ରାଜଭନବରେ ଗୁରୁବାର ଦିନ ୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ରାଜଭବନରେ ମୁତୟନ ସୁରକ୍ଷାକର୍ମୀଙ୍କ ସମେତ ଫାୟାର କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ଏନେଇ ରାଜଭବନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟ କେହିବି…

ରାଜ୍ୟରେ କରୋନା ମହାମାରୀରେ ଅର୍ଥ ସଙ୍କଟ

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେଣୁ ସରକାରଙ୍କ ପାଖରେ ଋଣ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଯେହେତୁ ରାଜ୍ୟ ବର୍ତ୍ତମାନ କରୋନା ମହାମାରୀକୁ ସାମ୍ନା କରୁଛି,…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର,…

କଟକରେ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ୪୭ ନୂଆ ଆକ୍ରାନ୍ତ

କଟକ: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୪୩୧ରେ ପହଞ୍ଚିଛି।ଏହାଛଡା ଏଯାବତ୍‌ ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ…

୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ: ଜଣେ ଅଟକ

ପାରାଦୀପ: ଜଣେ ନାବାଳକକୁ ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ବନ୍ଦର ନଗରୀ ପାରାଦ୍ବୀପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ସଂପୃକ୍ତ ଗୁଣିଆକୁ ପୋଲିସ ଅଟକ ରଖିଥିବା ବେଳେ ଏଥିରେ ସ୍ଥାନୀୟ କିଛି ମହିଳାଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ…

ବୁଗୁଡା ଗସ୍ତରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ

ବୁଗୁଡା: କୋଭିଡ ପାଇଁ ନିଯୁକ୍ତ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଳ ସିଂ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡା ଗସ୍ତରେ ଯାଇ କରୋନା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ୱତନ୍ତ୍ର ଏଡିଏମ ଶ୍ରୀ ସିଂ ବୁଗୁଡ଼ାରେ ପହଞ୍ଚି ବୁଗୁଡା ସହରର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ଭେଟି କରୋନା…