Latest Odisha News

BREAKING NEWS

ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ବାଗ୍‌ଚୀ

ଭୁବନେଶ୍ୱର : ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ବୟସ ବଢିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ତେଣୁ ବୟସ୍କ ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖ୍ୟ ମୁଖପାତ୍ର…

ଓଡ଼ିଶା ସାଂସଦ ଭର୍ତ୍ତୃହରି ମହତାବ ପାଇବେ ‘୨୦୨୦ ସଂସଦ ରତ୍ନ ପୁରସ୍କାର’

ଚେନ୍ନାଇ: କଟକ ସାଂସଦ ଭର୍ତ୍ତୃହରି ମହତାବ ୨୦୨୦ ସଂସଦ ରତ୍ନ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ମହତାବଙ୍କ ସମେତ ଲୋକସଭାର ୮ଜଣ ସଦସ୍ୟ ଏବଂ ୨ଜଣ ରାଜ୍ୟସଭା ସଦସ୍ୟ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ୧୭ତମ ଲୋକସଭାର ପ୍ରଥମ ବର୍ଷ ଲାଗି ପ୍ରଦର୍ଶନକୁ…

କରୋନିଲ୍ ଔଷଧ ବାହାର କରି ଅଡୁଆରେ ପଡିଲେ ବାବା ରାମଦେବ, ପତଞ୍ଜଳିକୁ ନୋଟିସ

ଡେରାଡୁନ୍: ବାବା ରାମଦେବ  କରୋନାର ଚିକିତ୍ସା ପାଇଁ ‘କରୋନିଲ୍’ ଔଷଧ ବାହାର କରିବା ଘଟଣାରେ ଅସୁବିଧାରେ ପଡିଛନ୍ତି । ଷ୍ଟେଟ୍ ଡ୍ରଗ୍ସ କନଟ୍ରୋଲୋର ରାମଦେବଙ୍କ ପତଞ୍ଜଳି ଯୋଗ ପୀଠର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି କରିଦେଇଛନ୍ତି । ଉତ୍ତରାଖଣ୍ଡର ଆର୍ୟୂବେଦ ବିଭାଗ ନୋଟିସ୍ ଜାରି କରି…

କାଲି ଖୋଲିବ ହୀରାକୁଦର ଗେଟ୍‌, ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ୍ ଖୋଲାଯାଉଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଜଳଭଣ୍ଡାରରେ ୬୧୬.୫୦ ଫୁଟ ପାଣି ରହିଛି । ପାଣିପାଗ…

ରଥ ଗଡିଲା, ମୌନବ୍ରତ ଭାଙ୍ଗିଲେ

ପୁରୀ: ପୁରୀର ସୁବାସ ଚନ୍ଦ୍ର ସାମନ୍ତରାୟ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ଉପରେ ତାଙ୍କ ଅତୁଟ ବିଶ୍ୱାସ ରହଛି । ଭାବରେ ବନ୍ଧା ଠାକୁରେ ତାଙ୍କ ବିଶ୍ୱାସ ରଖିଲେ । ତାଙ୍କ ଭକ୍ତିକୁ ଲୋକହସା କଲେ ନାହିଁ । ଟୁଲାନାଙ୍କୁ ଯିଏ ବି କହୁଥିଲେ ରଥଯାତ୍ରା ଏଥର ହେବନି ସେ ଘଂଟା ଘଂଟା ଧରି ଯୁକ୍ତି କରୁଥିଲେ…

କନ୍ଧମାଳର ‘ପ୍ରଥମ ଫ୍ଲାଇଂ ଅଫିସର୍‌’ ହେବାର ଗୌରବ ଅର୍ଜନ କଲେ ଏହି ଓଡ଼ିଆ ଝିଅ !

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଦୂର୍ଗମ ତଥା ନିପଟ ମଫସଲ ଅଞ୍ଚଳରରେ ଏକ ଉଜ୍ଜ୍ୱଳ ତାରକା ସଦୃଶ ଜଣେ ଝିଅ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ସେ ହେଉଛନ୍ତି ଭାରତୀୟ ବାୟୂସେନା (ଆଇଏଏଫ) ର ଫ୍ଲାଇଂ ଅଫିସର୍ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ପିଲାଟି ବେଳୁ ଭଲ ପାଠ ପଢୁଥିଲେ ମଧ୍ୟ ପରିବାରରେ…

ଓଡ଼ିଶାରେ ଆରମ୍ଭ ହେବ କୋଭିଡ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ଆଣ୍ଟିବଡି ପରୀକ୍ଷା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବାକୁ ଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)ର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର)…

ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ ପୁଣି ହେବ କରୋନା ପରୀକ୍ଷା

ପୁରୀ: ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ହେବ । ପୁରୀ ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ୧୦୦୦…

ଭୁବନେଶ୍ବରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୨ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ମୋଟ ସଂଖ୍ୟା ୨୨୦ ଛୁଇଁଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ୧୯ଟି ସ୍ଥାନୀୟ ମାମଲା ଏବଂ ୩ଟି ହୋମ୍ କ୍ବାରେନଣ୍ଟାଇନର ରହିଛି। ଏହାଛଡା ୧୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।…

ସିକନ୍ଦରାବାଦ-ହାୱଡା ସ୍ୱତନ୍ତ୍ର ଟ୍ରେନରେ ମହିଳାଙ୍କ ସନ୍ତାନ ପ୍ରସବ

ଭୁବନେଶ୍ୱର: ଖୋର୍ଦ୍ଧାଠାରେ ଏକ  ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ବୁଧବାର ଦିନ ଏକ ସନ୍ତାନ ପ୍ରସବ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏହି ମହିଳା ଜଣକ ହେଉଛନ୍ତି ସୈରା ଫତିମା (୩୨) । ସେ ୦୨୦୭୪ ସିକନ୍ଦରାବାଦ-ହାୱଡା ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କର ପ୍ରସବ ବେଦନା…