Latest Odisha News

ରାଜ୍ୟରେ ବିଗୁଡୁଛି ସ୍ଥିତି: ଚିହ୍ନଟ ହେଲେ ଆଉ ୧୪ କରୋନା ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ସକାଳୁ ଚିହ୍ନଟ ହୋଇଛନ୍ତି ଆଉ ୧୪ ପଜିଟିଭ । ଚିହ୍ନଟ ୧୪ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୨, ସୁନ୍ଦରଗଡ ଜିଲ୍ଲାର ଜଣେ ଏବଂ କେନ୍ଦ୍ରାପଡା ଜିଲ୍ଲାର ଜଣେ ବ୍ୟକ୍ତି ରହିଥିବା ସ୍ୱାସ୍ଥ୍ୟ ଓ…

ଅଧାବାଟରେ ପ୍ରବାସୀ ଓଡ଼ିଆଙ୍କୁ ଛାଡି ପଳେଇଲା ବସ୍

ଭୁବନେଶ୍ୱର: ତାମିଲନାଡୁରୁ ପ୍ରବସୀଙ୍କୁ ନେଇ ଓଡ଼ିଶା ଫେରୁଥୁବା ଏକ ବସ ଅଧାବାଟରେ ଲୋକଙ୍କୁ ଛାଡି ଫେରାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ତାମିଲନାଡ଼ୁର କାଞ୍ଚିପୁରମ ସହରରରୁ ନିଜ ଖର୍ଚ୍ଚରେ ପ୍ରବାସୀ ଓଡ଼ିଆ ବସ୍ ଯୋଗେ ଓଡିଶା ଫେରୁଥୁଲେ। ତେବେ କଟକ ଓଏମପି ଛକରେ ପ୍ରବସୀଙ୍କୁ…

କାଲିଠୁ ଆରମ୍ଭ ହେବ ରେଳସେବା; ଆଜିଠୁ ଅନଲାଇନ ବୁକିଂ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦେଶରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ରେଳ ସେବା। ଏଥିପାଇଁ ଆଜିଠାରୁ ଅନଲାଇନ ବୁକିଂ ଆରମ୍ଭ ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲିଠାରୁ ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହେବ । ତେବେ ଟିକେଟ କାଉଣ୍ଟର ଗୁଡିକ ବନ୍ଦ ରହିବାକୁ ଥିବା ବେଳେ…

ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରି ଗିରଫ ହେଲେ ଗୁଜୁରାଟର ୪ ଯୁବକ

ଅହମ୍ମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି। ଅହମ୍ମଦାବାଦ ସ୍ୱତନ୍ତ୍ର ପୋଲିସ କମିଶନର (କ୍ରାଇମ) ଅଜୟ ତୋମାର କହିଛନ୍ତି ଯେ, ଶନିବାର ଦିନ ସୋସିଆଲ ମିଡିଆରେ ଶାହାଙ୍କ ସ୍ୱାସ୍ଥ୍ୟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୦୫-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ  ତା୧୧ ରିଖ  ସୋମବାର ମେଷ ୨୯ ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି  ପୂର୍ବାଷାଢା ନକ୍ଷତ୍ର ଧନୁ  ଚନ୍ଦ୍ର  ଘାତ ବାର-:  ମିଥୁନ  ରାଶିର ଘାତ ଚନ୍ଦ୍ର: ତୁଳା ଓ କୁମ୍ଭ ରାଶିର ପୁରୁଷ ବୃଷ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ରବିବାର ରାତିରେ ଅସୁସ୍ଥତା ଯୋଗୁଁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । Former PM Dr Manmohan Singh admitted…

ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା; ଦ୍ରୁତଗତିରେ ଚାଲିଛି ରଥନିର୍ମାଣ…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପର୍ବର ପ୍ରାରମ୍ଭିକ ପର୍ବ ବଡ଼ଦାଣ୍ଡର ରଥଖଳାରୁ ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ରଥକାଠ ଅନୁକୂଳ ହୋଇ ତିନିରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଥିଲେ ମଧ୍ୟ ସରକାରଙ୍କ ଲକ୍‌ଡ଼ାଉନ୍ ନିୟମକୁ ପାଳନ କରାଯାଇ ବିଳମ୍ବରେ…

ବଢ଼ିବ କି ଲକଡାଉନ୍ ‌? କାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିବେ । ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ…

ମାଆଙ୍କ ଲାଗି ଦୁଇପଦ; ଛାତ୍ରଛାତ୍ରୀଙ୍କ ଲାଗି ‘ସୋଆ’ର ଅଭିନବ ପ୍ରୟାସ…

ଭୁବନେଶ୍ୱର: ସାରା ବିଶ୍ୱରେ ଆଜି ମାତୃତ୍ୱ ଦିବସ ପାଳିତ ହେଉଥିବା ବେଳେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ଼ ବିଶ୍ୱବିଦ୍ୟାଳୟ (ସୋଆ ) ପକ୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ଏକ ଅଭିନବ ପ୍ରୟାସ କରାଯାଇଛି । ସନ୍ତାନ ପ୍ରତି ସ୍ନେହ, ଶ୍ରଦ୍ଧା ଓ ବାତ୍ସଲ୍ୟତାରେ ଭରା ମାତୃତ୍ୱ ଭାବନାକୁ…

ଓଡ଼ିଶାରେ କରୋନା ସ୍ଥିତି ତୃତୀୟ ଷ୍ଟେଜକୁ ଗତି କରୁଛି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ୫୮ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖପାତ୍ର ଡ. ଜୟନ୍ତ କୁମାର ପଣ୍ଡା ରବିବାର ଦିନ କହିଛନ୍ତି ଯେ ରାଜ୍ୟରେ ଏହି ମାରାତ୍ମକ ଭାଇରସ ତୃତୀୟ ଷ୍ଟେଜକୁ ଗତି କରୁଛି। ଡକ୍ଟର ପଣ୍ଡା ଆହୁରି ମଧ୍ୟ…