Latest Odisha News

BREAKING NEWS

ତାତିରୁ ମିଳିବ ଆଶ୍ବସ୍ତି: ଆସୁଛି ବଡ କାଳବୈଶାଖୀ, ଏହିସବୁ ଜିଲ୍ଲାକୁ ସତର୍କ ଜାରି…

ଭୁବନେଶ୍ବର: ରାଜ୍ୟରେ ଏବେ ତାଣ୍ଡବ ରଚୁଛି ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ହେଲେ ଏବେ ତାତିରୁ ଟିକିଏ ଆଶ୍ବସ୍ତି ଦେବ ବର୍ଷା…

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି: ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। କୁପୱାରରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏନକାଉଣ୍ଟର କରାଯାଇଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ବର୍ତ୍ତମାନ…

ବୌଦ୍ଧ ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ

ବୌଦ୍ଧ: ବୌଦ୍ଧ ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ । ମୁଣ୍ଡେଶ୍ବର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ । ପୋଖରୀ ଖୋଳିବା ସମୟରେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବାଘ ଦେଖି ଗାଁକୁ ଧାଇଁଲେ ଗାଁ ଲୋକେ । ଖବର ପାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ…

ଏହି ଦିନ ପହଞ୍ଚିବେ ସୁନୀତା, ନାସା ଜାରି କଲା ସମୟ..

ନୂଆଦିଲ୍ଲୀ: ଶେଷରେ ଘର ବାହୁଡିବେ ସୁନୀତା । ବୁଧବାର ବଡି ଭୋର ସକାଳୁ ପୃଥିବୀରେ ପହଞ୍ଚିବେ । ଏନେଇ ନାସା ଏକ ନିର୍ଦ୍ଦିଷ୍ଟ ସମୟ ଜାରି କରିଛି । ନାସା ନିଶ୍ଚିତ କରିଛି ଯେ, ଷ୍ଟାରଲାଇନର୍ ମହାକାଶଯାନର ଯାନ୍ତ୍ରିକ ସମସ୍ୟା ଯୋଗୁଁ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ…

ପରଲୋକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ…

ଶ୍ରୀ ମନ୍ଦିରରେ ବିରଳ ଦୃଶ୍ୟ, ପତିତପାବନରେ ପଡିଲା ଶୂନ୍ୟ ଗଣ୍ଠି

ପୁରୀ: ମହାପ୍ରଭୁଙ୍କର ଲୀଳା ଅପରମ୍ପାର । ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଶ୍ରୀମନ୍ଦିରର ନୀଳଚକ୍ରରେ…

ପାଣିରେ ପଡିବ ଏଥର ଅଧିବେଶନ…ଆଜି ବି ପ୍ରଶ୍ନକାଳରୁ ମୁଲତବି

ଭୁବନେଶ୍ବର: ଚଲେଇ ଦେବେନି ଚଳିତ ଅଧିବେଶନ  । ନିଷ୍ପତ୍ତି ନେଇସାରିଛନ୍ତି ବିରୋଧୀ । ଯେତେ ଯାହା କଲେ ବି କିଛି ଫରଖ ପଡିବ ନାହିଁ । ବାଚସ୍ପତିଙ୍କ ବାରମ୍ବାର ନିବେଦନ ପରେ ବି ଆଜି ବି ସମାନ ସ୍ଥିତି । ପ୍ରଶ୍ନକାଳରୁ ହିଁ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି ।…

ଚଳ ଚଞ୍ଚଳ ଓଡିଆ ସିନେଜଗତ, ବକ୍ସ ଅଫିସରେ ଧମାଲ କରୁଛି ‘ଘମାଘୋଟ’

ଭୁବନେଶ୍ଵର: ଅନେକ ପତନ ପରେ ଏବେ ପୁଣି ଉତଥାନ ଆଡକୁ ମୁହାଁଉଛି ଓଡିଆ ସିନେ ଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି। ଯାହା ସିନେ ପ୍ରେମିଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ଏହି ଧାରାରେ ଏବେ ଫିଲ୍ମ ପାଇଁ ନିଚ୍ଛକ କାହାଣୀ ଓ…

ମହାକାଶରେ କ’ଣ ଖାଆନ୍ତି ମହାକାଶଚାରୀ ?

ନୂଆଦିଲ୍ଲୀ: ମହାକାଶଯାତ୍ରୀଙ୍କ ଖାଦ୍ୟ ସାଧାରଣ ଲୋକଙ୍କ ଖାଦ୍ୟ ଅପେକ୍ଷା ହୋଇଥାଏ ଭିନ୍ନ। ମହାକାଶରେ କୌଣସି ଗୁରୁତ୍ୱାକର୍ଷଣ ନଥିବାରୁ ଖାଇବା ପିଇବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ସେଠାରେ ଖାଦ୍ୟକୁ ଏକ ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଏ ଯାହା ଦ୍ଵାରା ଏହାକୁ ସହଜରେ ଖାଇହେବ…

ଗୋଷ୍ଠୀ ସଂଘର୍ଷ: ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ, ୯ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣାପଟଣା ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ପାଲାପୁଟ ଗାଁର ଟିଙ୍କୁ କଣ୍ଟା(୧୭)। ତାଙ୍କୁ ନାରାୟଣାପାଟଣା ଗୋଷ୍ଠୀ…