ଭୁବନେଶ୍ବର:ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଓଜେଇଇ ୨୦୨୫ ରେଜଲ୍ଟ । ଚଳିତ ବର୍ଷ ୮୬.୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁରାଗ ମିଶ୍ର ଏମବିଏ ଟପ୍ପର , ବି.ଫାର୍ମରେ ଯତିନ ମେହେର, ଏମସିଏରେ ଏସ ସିଶେନ୍ଦ୍ରୀ ଟପ୍ପର , ହିତେଶ କୁମାର ଧଳ ଏମ.ଫାର୍ମ ଟପ୍ପର, ଅସ୍ମିତା ସୁବୁଧି ଏମ.ଆର୍କ ଟପ୍ପର, ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ.ପ୍ଲାନ ଟପ୍ପର ହୋଇଛନ୍ତି।
ଓଜେଇଇର ଅଫିସିଆଲ୍ ୱେବସାଇଟ୍ ojee.nic.in ରେ ସେମାନଙ୍କ ଫଳାଫଳ ଯାଞ୍ଚ କରି ଡାଉନଲୋଡ଼ କରିପାରିବେ। ପରୀକ୍ଷାର୍ଥୀମାନେ ନିଜର ଆବେଦନ ନମ୍ବର (Application Number) ଏବଂ ପାସୱାର୍ଡ ଦେଇ ରେଜଲ୍ଟ ଯାଞ୍ଚ କରିପାରିବେ।
ଚଳିତ ବର୍ଷ ସମୁଦାୟ ୯୨,୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୮୦,୩୨୪ ପରୀକ୍ଷାର୍ଥୀ (୮୬.୮୪ ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।
Comments are closed.