ବାଲେଶ୍ୱର: ଜୁନିୟର ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ବାଲି ଚାଲାଣ ସୂଚନା ପାଇ ଚଢ଼ାଉ ବେଳେ ଅଫିସରଙ୍କୁ ଆକ୍ରମଣ। ରେମୁଣା ବ୍ଲକ୍ କାଠସଙ୍ଗଡ଼ା ତ୍ରିବେଣୀ ଘାଟରେ ଆକ୍ରମଣ ହୋଇଥିବାର ସୂଚନା ରହିଛି । ତେବେ ବାଲେଶ୍ବର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ ହୋଇଛନ୍ତି ।
ସୂଚନାଥାଉକି, ରେମୁଣା ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀ କାଠସଂଗଡା ପାଖରେ ବେଆଇନ ବାଲି ଉତ୍ତୋଳନବେଳେ ଖଣି ବିଭାଗର ଏକ ସ୍ବତନ୍ତ୍ର ଟିମର ଚଢାଉ ଜାରି ରହିଥିଲା। ଜୁନିୟର ମାଇନିଂ ଅଫିସର ଏକ ଫଟୋ ଉଠାଇବା ବେଳେ ଜଣେ ପରେ ଜଣେ ବାଲି ମାଫିଆ ରୁଣ୍ଡ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏପଟେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ମାଫିଆଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
Comments are closed.