ଗ୍ରାଜ୍: ୟୁରୋପୀୟ ଦେଶ ଅଷ୍ଟ୍ରିଆର ଗ୍ରାଜରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ସ୍କୁଲରେ ଜଣେ ଛାତ୍ର ଆଖିବୁଜା ଗୁଳି କରିବାରୁ ୧୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବା ପରେ ବନ୍ଧୁକଧାରୀ ଜଣକ ନିଜକୁ ଗୁଳି କରିଥିଲା । ଯାହାକୁ ମିଶାଇ ଏହି ଗୁଳିକାଣ୍ଡରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।
ଏହା ସିହତ ଏହି ଗୁଳିକାଣ୍ଡରେ ଆହତଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜଧାନୀ ଭିୟନା ପରେ ଗ୍ରାଜ୍ ଅଷ୍ଟ୍ରିଆର ଦ୍ୱିତୀୟ ପ୍ରମୁଖ ସହର । ଗ୍ରାଜ୍ ଅଧିକାରୀମାନେ କହିଛନ୍ତି ଯେ, ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ତଦନ୍ତ ପରେ ହିଁ ଜଣାପଡିବ ଯେ ଆକ୍ରମଣ ପଛରେ କାହାର ହାତ ଅଛି?
ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ସହରର ମୁଖ୍ୟ ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଗ୍ରାଜ୍ ସହରର ଉତ୍ତର-ପଶ୍ଚିମରେ ଡ୍ରିୟର୍ସଚୁଟଜେଗାସେରେ ଅବସ୍ଥିତ ଏକ ଫେଡେରାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁଳିକାଣ୍ଡ ଘଟିଥିଲା ।
ଅଷ୍ଟ୍ରିଆ ମଧ୍ୟ ୟୁରୋପର ଏକ ଦେଶ, ଯାହା ଥରେ ରୋମାନ ସାମ୍ରାଜ୍ୟ ଦ୍ୱାରା ଅଧିକୃତ ଥିଲା । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହାରେ ଅଷ୍ଟ୍ରିଆ ଏବଂ ସର୍ବିଆ ମଧ୍ୟରେ ଯୁଦ୍ଧ ଯୋଗୁଁ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ଅଷ୍ଟ୍ରିଆ ଜର୍ମାନୀ ସହିତ ଥିଲା । ତଥାପି, ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା । ଅଷ୍ଟ୍ରିଆ ଜର୍ମାନୀ, ଇଟାଲୀ ଏବଂ ସ୍ୱିଜରଲ୍ୟାଣ୍ଡର ଏକ ପଡ଼ୋଶୀ ଦେଶ ।
Comments are closed.