Latest Odisha News

BREAKING NEWS

୨ ନୂଆ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ: ‘ଗୋମାତା’ ଯୋଜନା ପାଇଁ ୩୪୨.୬୫କୋଟି

ବୁବନେଶ୍ଵର : ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ  ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।  ‘ଗୋମାତା’ ଯୋଜନାରେ ୩ବର୍ଷରେ ୩୪୨.୬୫କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ…

ଗୁଜୁରାଟରେ ଚତୁର୍ଥ ଶୋ’ କରିବ କୋଲ୍ଡପ୍ଲେ

ଅହମ୍ମଦାବାଦ: ବିଶ୍ୱର ଲୋକପ୍ରିୟ ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲ୍ଡପ୍ଲେ ଏହାର 'ମ୍ୟୁଜିକ୍ ଅଫ୍ ଦି ସ୍ପିୟର୍ସ ୱାର୍ଲ୍ଡ ଟୁର'ର ଅଂଶ ଭାବରେ ଗୁଜୁରାଟର ଅହମ୍ମଦାବାଦରେ ଏହାର ଚତୁର୍ଥ କନ୍ସର୍ଟ ତାରିଖ ଘୋଷଣା କରିଛି। ଏହି ଶୋ’ ଜାନୁଆରୀ ୨୫, ୨୦୨୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।…

କିଟରେ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର: ଚାକିରିକୁ ଅପେକ୍ଷା ନକରି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଷ୍ଟାର୍ଟଅପ୍‍। ବିଶେଷ କରି ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଏଥିପ୍ରତି ଦୃଷ୍ଟି ଦେଇ ଆଗକୁ ଆସିବା ଦରକାର ବୋଲି କିଟରେ ୩ ଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪କୁ ଉଦ୍‍ଘାଟନ କରି ଓଡ଼ିଶା ସୂକ୍ଷ୍ମ,…

ଭାରତୀୟ ବଜାରରେ ଉପଲବ୍ଧ ହଳଦୀରେ ୨୦୦ ଗୁଣା ଅଧିକ ସୀସା, ଆଣିପାରେ ଏସବୁ ସ୍ବାସ୍ଥ୍ଯ ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ ରୋଷେଇରେ ପୁରାତନ କାଳରୁ ହଳଦୀର ବ୍ୟବହାର କରାଯାଉଛି। ଏହା କେବଳ ଖାଦ୍ୟରେ ନୁହେଁ ପାରମ୍ପାରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ତେବେ ହଳଦୀରେ ଥିବା କର୍କୁମିନକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଉପାଦାନ ପାଇଁ ଜଣାଯାଇଥାଏ। ବର୍ତ୍ତମାନ ଏକ…

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବ ବିଜେପି: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖକୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯିବ । ଏନେଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁଚନା ଦେଇଛନ୍ତି । ସେ କହିଛନ୍ତି…

ଏଥର ବାଲିଯାତ୍ରାରେ ସାମିଲ ହୋଇପାରନ୍ତି ୧୨ ଦେଶର ରାଷ୍ଟ୍ରଦୂତ

କଟକ: ଚଳିତ ଥର ବାଲି ଯାତ୍ରାରେ ଅତି କମରେ ୧୨ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବାର ସମ୍ଭାବନା ରହିଛି। କଟକ ସହରରେ ଆୟୋଜିତ ଏହି ଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆଠ ଦିନ ଧରି ଚାଲିବ। ଏଥିରେ ଅଂଶଗ୍ରହଣ କରିବାକୁ ୧୨ଟି ଦେଶର ରାଷ୍ଟ୍ରଦୂତମାନେ ନିଜର ଇଚ୍ଛା…

ସରକାରୀ କାର୍ଯ୍ୟ ପାଇଁ ଏଥର ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ….

ଭୁବନେଶ୍ୱର: ସରକାରୀ କାର୍ଯ୍ୟ ପାଇଁ ଏଣିକି ମନ୍ତ୍ରୀମାନେ ବିମାନରେ ଯାତ୍ରା କରିପାରିବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଯାତ୍ରା କରିପାରିବେ ।…

ବଦଳିଲା ନିୟମ, ୭ ବର୍ଷ ପରେ ଏସଆଇ ହୋଇପାରିବେ ଇନ୍ସପେକ୍ଟର

ଭୁବନେଶ୍ୱର: ଏସଆଇମାନଙ୍କ ପଦୋନ୍ନତି ନେଇ ଆସିଲା ଖୁସି ଖବର । ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସଆଇ) ହୋଇପାରିବେ ଇନ୍ସପେକ୍ଟର । ପୂର୍ବରୁ ଏହା ୧୦ ବର୍ଷ ଥିବାବେଳେ ପଦୋନ୍ନତିକୁ ୧୦ ବର୍ଷରୁ ଖସାଇ ୭ ବର୍ଷ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ପ୍ରଥମ ବିବାହ ବାର୍ଷିକୀରେ ବୁଲିଯିବାକୁ ପ୍ଲାନ କରୁଛନ୍ତି କି? ଏହି ସବୁ ସ୍ଥାନକୁ ଯାଆନ୍ତୁ..

ନୂଆଦିଲ୍ଲୀ: ଯେତେବେଳେ ବିବାହିତ ଜୀବନ ଭଲରେ ଚାଲିଥାଏ, ସେତବେଳେ ସମୟ କେତବେଳେ ବିତିଯାଏ ତାହା ଜଣାପଡେନାହିଁ । ବିବାହର ପ୍ରଥମ କିଛି ବର୍ଷ ସ୍ୱାମୀ ଏବଂ ସ୍ତ୍ରୀ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଦୁହେଁ ପରସ୍ପର ସହିତ ବୁଲାବୁଲି କରିବା, ସପିଂ କରିବା ଏବଂ ଭଲ ସମୟ ବିତାଇବାକୁ ଉପଭୋଗ କରନ୍ତି ।…

କାହିଁକି ବାରମ୍ବାର ମୁଣ୍ଡ ନୁଆଁଉଛନ୍ତି ନୀତିଶ ?

ନୂଆଦିଲ୍ଲୀ: ପୁଣି ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ନଇଁଲେ ନୀତିଶ। ଗତ ଦୁଇ ଥର ଭଳି ଏଥର ବି ଅଧାରେ ଅଟକାଇଲେ ମୋଦି । ବିହାର ଦରଭଙ୍ଗାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମୋଦି । ତେବେ ତୃତୀୟ ଥର ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ନଇଁଥିଲେ…