Latest Odisha News

BREAKING NEWS

ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ହୁତୁହୁତୁ ହୋଇ ଜଳିଗଲା ୨ଟି ବଗି

ଚେନ୍ନାଇ: ପୁଣି ଆଉ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି । ପରସ୍ପର ମଧ୍ୟରେ ଧକ୍କା ଫଳରେ ୧୨ଟି ବଗି ଲାଇନଚ୍ୟୁତ…

ବିରାଜିତ ମା’ ଦଶଭୁଜା: ମଣ୍ଡପେ ମହାନବମୀ ବେଳେ ଶକ୍ତିପୀଠରେ ଆଜି ଘଟ ବିସର୍ଜନ

ଭୁବନେଶ୍ୱର: ମଣ୍ଡପରେ ଆବିର୍ଭୂତ ଜଗତ ଜନନୀ ମାଆ ଦୁର୍ଗା।ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ମା’ଙ୍କର ମହାନବମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କର ମହାଦଶମୀ ପୂଜା । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ଷୋଡ଼ଶ ଉପଚାରରେ…

ପୂଜା ପେଣ୍ଡାଲ ପଲିଟିକ୍ସ: ମୋହନ Vs ନବୀନ

ଭୁବନେଶ୍ୱର: ପୂଜାରେ ଜମିଲା ରାଜନୀତିର ରଙ୍ଗ। ମାଆଙ୍କ ଶରଣରେ ଉଭୟ ଶାସକ ଓ ବିରୋଧୀ। ଦେବୀଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ। ଶକ୍ତି ସ୍ବରୂପିଣୀଙ୍କୁ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶାରଦୀୟ ଦୁର୍ଗାପୂଜାରେ ସାରା ରାଜ୍ୟ ଉତ୍ସବମୁଖର…

ମଝି ଆକାଶରେ ବିମାନରେ ତ୍ରୁଟି, ବିମାନରେ ୧୪୦ରୁ ଅଧିକ ଯାତ୍ରୀ

ତ୍ରିଚି: ତାମିଲନାଡୁର ତ୍ରିଚିରୁ ଶାରଜାହ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।ଫଳରେ ବିମାନଟି ଅବତରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବିମାନଟି ପ୍ରାୟ ଅଢେଇ ଘଣ୍ଟା ଧରି ଆକାଶରେ ଘୂରି ବୁଲିଥିଲା। ବହୁ ପ୍ରଚେଷ୍ଟା ପରେ ବିମାନଟିକୁ…

ଦୋଳିରୁ ପଡି ଦମ୍ପତିଙ୍କ ସହ ନାବାଳକ ଗୁରୁତର

ରାଉରକେଲା: ରାଉରକେଲାର ଟେଲିଫୋନ ଭବନରେ ଶୁକ୍ରବାର ଦିନ ଅଘଟଣ ଘଟିଛି। ଦୋଳିରୁ ପଡି ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ନାବାଳକ ପୁଅ ଗୁରୁତର ଆହତ ହୋଇଛନ୍ତି। ପରିବାରର ତିନିଜଣ ସଦସ୍ୟଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ରାଉରକେଲାସ୍ଥିତ…

ପାଞ୍ଜିରେ ପୁଣି ତ୍ରୁଟି, ଅଭିଯୋଗ ଆଣିଲେ ପାଞ୍ଜି ସମୀକ୍ଷକ 

ପୁରୀ: ପୁଣି ପାଞ୍ଜିରେ ତ୍ରୁଟି ଅଭିଯୋଗ ଆଣିଲେ ପାଞ୍ଜି ସମୀକ୍ଷକ। ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପାଞ୍ଜିରେ ଏଭଳି ତ୍ରୁଟି ରହିଥିବା ଅଭିଯୋଗ ଆଣିଛନ୍ତି ପାଞ୍ଜି ସମୀକ୍ଷକ। ଏଥର ସୋମନାଥ ବ୍ରତ ଓ କାର୍ତ୍ତିକ ମାସ ଆରମ୍ଭକୁ ନେଇ ପାଞ୍ଜିରେ ଦ୍ବନ୍ଦ୍ୱ ରହିଛି।ପଣ୍ଡିତ ସଭା ସ୍ବୀକୃତ…

ଜାତିସଂଘ ପୋଷ୍ଟ ଉପରେ ଇସ୍ରାଏଲର ଆକ୍ରମଣ, ଭାରତୀୟ ସୈନ୍ୟଙ୍କୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ନିୟୋଜିତ ଜାତିସଂଘର ଶାନ୍ତି ସୁରକ୍ଷାକାରୀଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ସୂଚନା ଅନୁଯାୟୀ, ହିଜବୁଲ ଉପରେ ଇସ୍ରାଏଲ୍ ଆକ୍ରମଣ କରୁଥିବା ବେଳେ ଏହି ଅଞ୍ଚଳରେ ଥିବା ଜାତିସଂଘର ପୋଷ୍ଟଗୁଡିକ ମଧ୍ଯ ପ୍ରଭାବିତ ହେଉଛନ୍ତି। ପ୍ରାୟ ୬୦୦…

ହେରା ଫେରୀ ୩ ପାଇଁ ରାଇଟ୍ସ ହାତେଇଲେ ଫିରୋଜ ନାଡିୟାଡୱାଲା

ମୁମ୍ବାଇ:ହେରା ଫେରୀ, ଆୱାରା ପାଗଲ ଦିୱାନା, ଫିର ହେରା ଫେରୀ, ୱେଲକମ ଓ ଆନ ପରି ସୁପରହିଟ ଫିଲ୍ମ କରିଥିବା ନିର୍ମାତା ଫିରୋଜ ନାଡିୟାଡୱାଲା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫିରୋଜ ଏବେ ଇରୋସ ସହିତ ଥିବା…

ଆରମ୍ଭ ପୂର୍ବରୁ ବିବାଦ: ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ

କଟକ: ଆଉ ମାତ୍ର ଦିନ କେଇଟା। ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ଆରମ୍ଭ ପୂର୍ବରୁ ହିଁ ମୁଣ୍ଡ ଟେକିଲାନି ବିବାଦ। ବିଭିନ୍ନ ଦାବି ରଖି ପ୍ରଶାସନଙ୍କୁ ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଚେତାଇ ଦେଇଛି ବାଲିଯାତ୍ରା ମିଳିତ…

ମସ୍କଙ୍କ ନୂଆ ଆବିଷ୍କାର: ନାଚିବା ଠାରୁ ଆରମ୍ଭ କରି ପୋଛିବା ପର୍ଯ୍ୟନ୍ତ ସବୁ କରୁଛି

ନୂଆଦିଲ୍ଲୀ: ପୁଣି ଗବେଷଣା ପାହାଚରେ ଆଉ ଏକ ପାଦ ଉପରକୁ ଉଠିଲା ଟେସ୍‌ଲା। ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ସବୁ ମାଇଲ ଖୁଣ୍ଟକୁ ଗୋଟେ ପରେ ଗୋଟେ ପାର କରିଚାଲିଛି ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା। ଏବେ ପୁଣି ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ କରାଇଛନ୍ତି। କମ୍ପାନୀ…