Latest Odisha News

BREAKING NEWS

କଂଗ୍ରେସରେ ରାହୁଲଙ୍କ ଭବିଷ୍ୟତ ଅନ୍ଧକାର, ଅନୁଗାମୀଙ୍କ ଭବିଷ୍ଯତ ଆହୁରି ଅନ୍ଧକାର: ହିମନ୍ତ ଶର୍ମା

ତେଜପୁର: ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭବିଷ୍ୟତ ଅନ୍ଧକାର ଏବଂ ତାଙ୍କ ଅନୁଗାମୀମାନଙ୍କ ଭବିଷ୍ୟତ ଆହୁରି ଅନ୍ଧକାରମୟ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ କଠୋର ସମାଲୋଚକ…

ଗଞ୍ଜାମରେ ବିଜେପିର ବଢିଲା ଶକ୍ତି, ଦଳରେ ସାମିଲ ହେଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ…

ଆଦାନୀ କମ୍ପାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ୱର: ଓଡ଼ିଶାର ଗୋପାଳପୁର ପୋର୍ଟ ଲିମିଟେଡ୍ (ଜିପିଏଲ୍)ର ୯୫% ଅଂଶଧନ ଅଧିଗ୍ରହଣ ପାଇଁ ଏକ ନିର୍ଦ୍ଦିଷ୍ଟ ଚୁକ୍ତି କରି ପୂର୍ବ ଉପକୂଳରେ ନିଜର ପାଦ ବିସ୍ତାର କରିଛି ପ୍ରମୁଖ ବନ୍ଦର ଅପରେଟର ଆଦାନୀ ଗ୍ରୁପ୍ । ଏହି ଅଧିଗ୍ରହଣର ଇକ୍ୱିଟି ମୂଲ୍ୟ ୧,୩୪୯ କୋଟି ଟଙ୍କା ରହିଛି। ଏକ ନିୟାମକ…

ଭର୍ତ୍ତୃହରିଙ୍କ ‘ହୋଲି ମିଳନ’ କାର୍ଯ୍ୟକ୍ରମରେ ଅନୁଭବଙ୍କ ସମେତ ବିଜେପି ନେତା, ନୂଆ ଚର୍ଚ୍ଚାକୁ ଦେଲା…

କଟକ: ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ ବହୁ ରାଜନୈତିକ ନେତା ଉପସ୍ଥିତ ଥିଲେ। ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ…

ଜୁନ୍ ୪ରେ ପୁଣି ‘ମହା ହୋଲି’ ଖେଳିବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ଦଳ ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରିଛନ୍ତି। ଶାସକ ବିଜୁ ଜନତା ଦଳ (ବିଜେଡି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟିର ନେତାମାନେ ହୋଲି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।…

ରଚନା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ, ସରଗରମ ହେଲା ପଶ୍ଚିମବଙ୍ଗ ରାଜନୀତି

କୋଲକାତା: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ରଚନା ବାନାର୍ଜୀଙ୍କୁ ହୁଗୁଳି ଲୋକସଭା ଆସନ ପାଇଁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କରିଛି। ଏବେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି। ଯେଉଁଥିପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଏକ…

ଷଷ୍ଠ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ରାଜସ୍ଥାନର ୨ ଓ ମଣିପୁରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଏହି ତାଲିକାରେ ଇନ୍ଦୁ ଦେବୀ ଜାଟବଙ୍କୁ ରାଜସ୍ଥାନର କରୌଲି ଧୌଲପୁର ଆସନରୁ ଏବଂ ଦୋସାରୁ କହ୍ନେୟା ଲାଲ ମୀଣାଙ୍କୁ ପ୍ରାର୍ଥୀ…

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ମୋଦୀ ନାଁ ଜପୁଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର’

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ। କର୍ଣ୍ଣାଟକ କୋପାଲ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ମୋଦୀ ମୋଦୀ ନାରା ଦେଉଥିବା ଯୁବକ ମାନଙ୍କୁ ମାଡ଼ ମରାଯିବା ଦରକାର ବୋଲି କହି ବିବାଦରେ ମନ୍ତ୍ରୀ ଶିବରାଜ…

କୋଟାରେ ପୁଣି ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର: ରାଜସ୍ଥାନର କୋଟାରେ ପୁଣି ଏକ ଛାତ୍ର ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । କୋଟା ସହରର ବିଜ୍ଞାନ ନଗର ଥାନା ଅଞ୍ଚଳରେ ଜଣେ କୋଚିଂ ନେଉଥିବା ଛାତ୍ର ଆଜି ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଛାତ୍ର ଜଣକ ଏକ ଘରୋଇ କୋଚିଂ ସେଣ୍ଟରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ…

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଦୁଇ ମୃତ

କଟକ: ଆଜି ରଙ୍ଗର ପର୍ବ ହୋଲି। ହେଲେ ଆଜି ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ ଛାତ୍ର। ସାଲେପୁର କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ। ସେ ଯୁକ୍ତ ଦୁଇରେ ପାଠ…