କବିତା : ହେ ଭୋଳା ଶଙ୍କର
ସାଧନା ପଣ୍ଡା
ତୁମ ଆରାଧନା କରନ୍ତି ଭକତେ
ପୃଜା ପାଉଅଛ ଏ ମରତେ
‘ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି
ପୂଜିବୁ ତୁମ୍ଭକୁ ଆମେ ଭକ୍ତି ଚିତ୍ତେ ।
ପ୍ରତି ରାତ୍ରି ଜାଳି ନୟନ ଦୀପାଳି
ହୃଦ କପିଳାସ ଭକ୍ତି ରସେ
ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର
ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହର୍ଷେ ।…