Latest Odisha News

BREAKING NEWS

ଟଙ୍କା ଗଣି ପାରିଲାନି ବର, ବେଦୀରୁ ଉଠିଗଲା କନ୍ୟା

ଫାରୁଖବାଦ୍‌ : ଚାଲିଥିଲା ବିବାହ ଉତ୍ସବ । ବାଜା ରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ । ହେଲେ ହଠାତ୍‌ ବେଦୀରୁ ଉଠିଗଲା କନ୍ୟା, ଆଉ ଭାଙ୍ଗିଗଲା ବାହାଘର । ଆଶ୍ଚର୍ଯ୍ୟ ହୋଇଗଲେ ପରିବାର ଲୋକେ ।ଏଭଳି ଘଟଣା ଉତ୍ତର ପ୍ରଦେଶର ଫାରୁଖବାଦରେ ଘଟିଛି  । ତେବେ କାହିଁକି ବାହାଘର ଭାଙ୍ଗିଗଲା ବୋଲି…

ସୁନା କଳସର ଦାମ ୧ କୋଟି ନୁହେଁ, ୧୦ ଲକ୍ଷ

ସମ୍ବଲପୁର: ସାମ୍ନାକୁ ଆସିଲା ପ୍ରକୃତ ସତ୍ୟ । ଗଣମାଧ୍ୟମରେ ମୁହଁ ଖୋଲିଲେ ନବ ଦାସ । ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶନି ଦେବଙ୍କୁ ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ନବ…

ହକି ବିଶ୍ୱକପ: ଆଜିଠାରୁ କ୍ୱାର୍ଟରଫାଇନାଲ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ସୋମବାର କ୍ରସ ଓଭରରେ ଜର୍ମାନୀ ଓ କୋରିଆ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିଥିଲେ…

ସଂପତ୍ତି ଲୋଭରେ ନିଜକୁ ବେଶ୍ୟା ପରିଚୟ ଦେଇଥିଲେ ଏଇ ବଲିଉଡ ଅଭିନେତ୍ରୀ

ମୁମ୍ବାଇ: ସେ ଥିଲେ ରୂପ ରାଇଜର ରାଣୀ । ୪୦ ବର୍ଷ ଧରି କରିଥିଲେ ବଲିଉଡରେ ରାଜ । କ୍ୟୁଟ କୁଇନଙ୍କ ଜଲୱା ଜଳାଇ ଦେଉଥିଲା ନାମୀ ଦାମୀ ହିରୋଙ୍କ ଦିଲ । ୨୦ରୁ ୮୦ ଦଶକ ଥିଲା ତାଙ୍କ ନାଁରେ । ଆମେ କହୁଛୁ ବଲିଉଡ ଅଭିନେତ୍ରୀ ମାଲା ସିହ୍ନାଙ୍କ କଥା । ଦେଉଥିଲେ ଗୋଟିଏ ପରେ ଗୋଟିଏ ସୁପର ଡୁପର…

ସ୍ୱଳ୍ପ ଗଳ୍ପ : ଲିଙ୍ଗ-ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୨ ସେ । ଯୁଦ୍ଧ କ୍ଷେତ୍ରକୁ ସେ ପ୍ରବେଶ କରିଥିଲେ ଯେମିତି ସେ ଜଣେ ପ୍ରାଚୀନ ନୀଳନଦୀ ଦେଶ ର ରାଣୀ, କ୍ଲିଓପାର୍ଟ୍ରା । ଗୋଟିଏ ସୁବର୍ଣ୍ଣ ହାନ୍ଦୋଳାରେ ସେ ବସିଥାନ୍ତି ଆଉ ତାଙ୍କର ଦେହରେ ଶୋଭାପାଉଥାଏ ସେ ସମୟର ପ୍ରଚଳିତ ଥିବା…

ପାକିସ୍ତାନ ପରେ ଏ ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟରେ, କିଣୁଛନ୍ତି ଅଧକିଲୋ ଚାଉଳ

ନୂଆଦିଲ୍ଲୀ: ପାକିସ୍ତାନ ପରେ ଆଉ ଏକ  ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି । ଏଠାରେ ଖାଦ୍ୟାଭାବର ସାଂଘାତିକ ଅଭାବ ଦେଖା ଦେଇଛି । ମଧ୍ୟ-ପୂର୍ବର ସବୁଠାରୁ ଅଧିକ ଜନବହୁଳ ଦେଶ ମିଶର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ-ପାନୀୟ କିଣିବା ପାଇଁ ଲୋକଙ୍କ ପାଖରେ ସମ୍ବଳର…

ସଂପର୍କରେ ତିକ୍ତତା;ବିବାହିତ ମହିଳାଙ୍କୁ ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର:ପ୍ରେମ ସଂପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇ ବିବାହିତ ମହିଳାଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପ୍ରେମିକ। ପୋଲିସ ଅଭିଯୁକ୍ତ ପ୍ରମିକଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ କାତିକୁ ଜବତ କରିଛି। ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା…

ବିମାନରେ କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ୨ ଯାତ୍ରୀ ଗିରଫ

ନୂଆଦିଲ୍ଲୀ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଆସୁଥିବା ସ୍ପାଇସଜେଟରେ ମହିଳା କ୍ରିଉ ମେମ୍ବରଙ୍କୁ ଯାତ୍ରୀ ଜଣଙ୍କ ଦୁର୍ବ୍ୟବହାର ଦେଖାଇଥିଲେ । ସେହି ସମୟର ଏକ ଭିଡିଓ ବି ସୋସିଆଲ୍‌ ମିଡିଆରେ ଖୁବ୍  ଭାଇରାଲ୍‌ ହେବାରେ…

ଆମେରିକାର ସ୍କୁଲ୍‌ରେ ଗୁଳିକାଣ୍ଡ; ୨ ଛାତ୍ର ମୃତ, ଶିକ୍ଷକ ଆହତ

ଓ୍ବାଶିଂଟନ : ପୁଣି ଆମେରିକାର ସ୍କୁଲରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ୨ଜଣ ଛାତ୍ର ମୃତ, ଜଣେ ଶିକ୍ଷକ ଆହତ। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି…

ସମ୍ଭବ ମିଶ୍ରଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର-୨୦୨୩ରେ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ୪ ଜଣ, କ୍ରୀଡ଼ା ପାଇଁ ୩ ଜଣ, ନବସୃଜନ ପାଇଁ ୨ ଜଣ, ସମାଜସେବା ଏବଂ ବୀରତ୍ବ କ୍ଷେତ୍ରରେ ଜଣେ ଲେଖାଏଁ ପୁରସ୍କୃତ…