Latest Odisha News

BREAKING NEWS

କଟକ ଭରତିଆ ଟାୱାରରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କଟକ: କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଆଜି ସଂଧ୍ୟାରେ ଲାଗିଥିଲା ନିଆଁ । ବିଲ୍ଡିଂର ପଞ୍ଚମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବାଦାମବାଡ଼ି ଛକରେ ଥିବା ଭରତିଆ ଟାୱାରରେ ଆଜି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି। କୋଠାର ଏକ ଘର…

ଦଶହରା ରାଲୀ ନେଇ ଉଦ୍ଧବଙ୍କ ବଡ ବିଜୟ

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲୀ ବିବାଦରେ ଉଦ୍ଧବ ଠାକରେ ବିଜୟ ହାସଲ କରିଛନ୍ତି । ବମ୍ବେ ହାଇକୋର୍ଟ ଏଥିପାଇଁ ଉଦ୍ଧବ ଠାକରେଙ୍କ ଶିବସେନାକୁ ଅନୁମତି ପ୍ରଦାନ କରିଛି । ଶିବାଜୀ ପାର୍କରେ ରାଲୀ କରିବା ପାଇଁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ଅନୁମତି ମାଗିଥିଲେ । ମାତ୍ର ଏହି…

ସରକାରୀ ଚିକିତ୍ସାଳୟରେ ବିଶୃଙ୍ଖଳା ରୋକିବାକୁ ଜିଲାପାଳ, ଏସ୍‌ପିଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର: ସମ୍ବଲପୁର ସମେତ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ରୋଗୀ ସଂପର୍କୀୟଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ଚିକିତ୍ସାଳୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ…

ଡିସେମ୍ବରରେ ହୋଇପାରେ ଆଇପିଏଲ ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା ଡିସେମ୍ବରରେ ହୋଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜଣେ ଅଧିକାରୀଙ୍କ ମତରେ ଚଳିତ ବର୍ଷ ଶେଷ ଭାଗରେ ନିଲାମ ପ୍ରକ୍ରିୟା ଶେଷ କରିବା ପାଇଁ ବୋର୍ଡ ଚାହୁଁଛି ବୋଲି…

ଗ୍ୟାଙ୍ଗଷ୍ଟାର ମାମଲାରେ ମୁଖତାର ଅନ୍ସାରୀ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ମୁଖତାର ଅନ୍ସାରୀଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଏହି ବାହୁବଳୀ ନେତା ଗ୍ୟାଙ୍ଗଷ୍ଟାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବ୍ରାଂଚ ତାଙ୍କୁ ୫ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଛୁଆ ଚୋରି ପରେ ସତର୍କ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରୁ ଛୁଆ ଚୋରି । ଗୁରୁବାର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୭ ମାସର ଶିଶୁପୁତ୍ର ଚୋରି ପରେ ପୋଲିସ ସତର୍କ କରାଇଛି । ଶିଶୁ ଚୋରି କରିବା ଏକ ଅମାନବୀୟ ଘଟଣା ବୋଲି କହିଛି ପୋଲିସ । ଏଥିସହ ଶିଶୁ ଚୋରି କରିବା ଭଳି ହୀନ ମାନସିକତା ଠାରୁ ଦୂରେଇ ରହିବାକୁ ପୋଲିସ…

‘ବିଗ ବସ ସିଜିନ-୧୬’ ରେ ଅଭିନେତା କରଣଙ୍କ ଏଣ୍ଟ୍ରିକୁ ନେଇ ହଟିଲା ରହସ୍ୟ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ 'ବିଗ ବସ ସିଜିନ-୧୬' ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ଚଳିତ ସିଜିନରେ କେଉଁମାନଙ୍କୁ ଶୋ'ରେ ଏଣ୍ଟ୍ରି ମିଳୁଛି ତାହା ଜାଣିବା ପାଇଁ ଦର୍ଶକ ବେଶ ଆଗ୍ରହୀ ଅଛନ୍ତି। ଗତ କିଛି ଦିନ ହେବ ଅଭିନେତା କରଣ ପଟେଲ 'ବିଗ ବସ ସିଜନ-୧୬'ରେ ଆସିପାରନ୍ତି ବୋଲି…

ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ସହ ଉତ୍ତରପ୍ରଦେଶ ହକି ମୁଖ୍ୟ ରାକେଶ କଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂହ ନାମାଙ୍କନ କରିଥିଲେ । ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର…

କିଏ ହେବେ ‘ଖତ୍ରୋ କେ ଖିଲାଡ଼ି ସିଜନ-୧୨’ର ବିଜେତା ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟିଙ୍କ ପପୁଲାର ଷ୍ଟଣ୍ଟ୍ ରିଆଲିଟି ଶୋ' ଖତ୍ରୋ କେ ଖିଲାଡ଼ି ସିଜନ-୧୨ ସରିବାକୁ ଯାଉଛି। ଫାଇନାଲ ଏପିସୋଡ ପରେ ହେବ ଗ୍ରାଣ୍ଡ ଫିନାଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଟିଭିର ଏହି ଲୋକପ୍ରିୟ ରିଆଲିଟି ଶୋ'ରେ ଅନେକ ଛୋଟ ପରଦା ଅଭିନେତା,…

‘ମି ଠୁ’ ପରେ ତନୁଶ୍ରୀଙ୍କ ନୂଆ ଅଭିଯୋଗ, କହିଲେ ହତ୍ୟା କରିବା ପାଇଁ ଚାଲିଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, 'ମି ଠୁ' ଖୁଲାସା ହେବା ପରେ ତାଙ୍କୁ ବାରମ୍ବାର ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ସୂଚନା ଥାଉକି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମି ଠୁ ଅଭିଯାନ…