Latest Odisha News

BREAKING NEWS

ଡାକ୍ତରଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ନେଇଗଲେ ୩.୨୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ୟୋନୋ ଆପ ବନ୍ଦ ହୋଇଯିବ କହି ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଗଲେ ସାଇବର୍‌ ଅପରାଧୀ। ଠକେଇର ଶିକାର ହୋଇଥିବା ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ…

ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ଦୁଇ ନୂଆ ଦଳର ନାମ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଗୋଷ୍ଠୀଙ୍କୁ  ନୂଆ ନାମ ମିଳିଛି । କିଛି ଦିନ ଧରି ଉଦ୍ଧବଙ୍କ ଗୋଷ୍ଠୀ ଏବଂ ଏକନାଥଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଦଳର ନାମ ଓ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ମାମଲା…

ସୁର ଦାଶ, ଦେବାନନ୍ଦ, ରବି ନାରାୟଣଙ୍କୁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ

ପୁରୀ: ବିଜୁ ଜନତା ଦଳ ପକ୍ଷରୁ ଆଜି ପୁରୀ ସହରର ସମସ୍ତ ୱାର୍ଡର ଦଳୀୟ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ହେଲେ ସୁରେନ୍ଦ୍ର ନାଥ ଦାଶ, ଦେବାନନ୍ଦ ଦାସ ମହାପାତ୍ର ଓ ରବି ନାରାୟଣ ସାମନ୍ତରାୟ । ଜିଲ୍ଲା ବିଜେଡି ସଭାପତି…

ହବିଷ୍ୟାଳି ଯୋଜନାରେ ମା’ମାନଙ୍କୁ ମିଳିବ ଶାଲ୍‌ : ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଭିଡିଓ କନଫରେନସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା…

ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ: ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ସାଧାରଣତ ଅକ୍ଟୋବର, ନଭେମ୍ବର ମାସରେ ବାତ୍ୟା ହୋଇଥାଏ । ଏପରିକି ଚଳିତ ବର୍ଷ ମାସେ ହେଲା ଲଘୁଚାପ ଯୋଗୁଁ ବର୍ଷା, ପବନ, ଘଡ଼ଘଡ଼ି ହେଉଛି । ତେଣୁ ଆଗାମୀ ଦିନରେ  ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସବୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ହେବ ଆଲୋଚନା

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଅଧ୍ୟକ୍ଷ ନେଇ ଆଲୋଚନା ଜୋର ଧରିଛି । ରିପୋର୍ଟ ମୁତାବକ ବର୍ତମାନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କ ସ୍ଥାନରେ ପୂର୍ବତନ ମହାନ ଖେଳାଳି ରୋଜର ବିନ୍ନୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇପାରେ । ବିସିସିଆଇର…

ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିବ ବର୍ଷା ଓ ବଜ୍ରପାତ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ତତସଂଲଗ୍ନ ଉତ୍ତର ଶ୍ରୀଲଙ୍କା ଉପକୂଳ ଉପରେ ଘୂର୍ଣ୍ଣିବଳୟ ରହିଛି । ପ୍ରଭାବରେ ରାଜ୍ୟରେ ୧୩ ତାରିଖ ଯାଏ ବଜ୍ରପାତ ଓ ଘଡ଼ଘଡ଼ି ଲାଗି ରହିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ

ସୁବର୍ଣ୍ଣପୁର : ହରଡଖୋଲ ଗାଁ ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ ଆୟୋଜିତ ହୋଇଥିଲା   । ଯେଉଁଥିରେ ଭାଗ ନେଇଥିଲେ ଆଖପାଖ ଗାଁ ଗୁଡିକର ପ୍ରାୟ ଦୁଇଶହ ମେଣ୍ଢା ।ମ୍ୟାଚ ମଇଦାନରେ ଫବସି ଗାଁର ମେଣ୍ଢା କୁ ସାମାନା କରିଥିଲା ବାଲଜୁରୀ ଗାଁର ମେଣ୍ଢା । ମେଣ୍ଢା ଲଢେଇକୁ ନେଇ ଦେଖଣାହାରୀଙ୍କ ଭିତରେ…

ଏସିଆ କପ ମହିଳା କ୍ରିକେଟ: ଥାଇଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ସିଲହଟ: ଚଳିତ ଏସିଆ କପ ମହିଳା କ୍ରିକେଟରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରାଉଣ୍ଡ ରବିନ ଷ୍ଟେଜର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଥାଇଲାଣ୍ଡ…

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ : ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି  । ଚଳିତ ବର୍ଷ ମେଡିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତେବେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଆଜି ଅର୍ଥନୀତି ବିଜ୍ଞାନରେ…