ଗଳ୍ପ : ହଜିଯାଇଥିବା ମାନଚିତ୍ର
ଚୌଧୁରୀ ବରଦାପ୍ରସନ୍ନ ଦାସ
ନିଦ ମଳମଳ ଆଖିରେ ତରବରରେ ପ୍ଲାଟଫର୍ମକୁ ଓହ୍ଲେଇପଡି ଲତିଫ୍ ଦେଖିଲେ ଯେ ଷ୍ଟେସନର ନାଁ ଭୁବନେଶ୍ୱର। ଗତ ରାତିରେ ସେ କଲିକତାରୁ ପୁରୀ ଏକ୍ସପ୍ରେସ ଟ୍ରେନ୍ରେ ବସିଥିଲେ ଭଦ୍ରକରେ ଓହ୍ଲାଇବା ପାଇଁ। କିଛି ସମୟ ଉନ୍ନିଦ୍ର ରହିବା ପରେ କେତେବେଳେ ଗଭୀର ନିଦ ତାଙ୍କୁ…