Latest Odisha News

BREAKING NEWS

ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଅଭିଯୋଗ, ଫାର୍ମାସିଷ୍ଟକୁ ମାଡ ମାରିଲେ ଗାଁ ଲୋକ

ମାଲକାନଗିରି : ମାଲକାନଗିରିରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା । ଫାର୍ମାସିଷ୍ଟକୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ । ମାଲକାନଗିରି ସଦର ଡାକ୍ତରଖାନାରେ ଏପରି ଘଟଣା ଘଟିଛି । ମାଲକାନଗିରି ଜିଲ୍ଲା ଏମଭି ୪୪ ଗାଁର ବାସୁଦେବ ବାଲାଙ୍କ ୧୪ ବର୍ଷୀୟା ଝିଅ ଜ୍ୱରରେ…

ବଢୁଛି ନକଲି ଡାକ୍ତର ରମେଶଙ୍କ ଅଡୁଆ, ଆଜି ପୁଣି ରିମାଣ୍ଡ ଆବେଦନ କରିବ ପୋଲିସ

ଭୁବନେଶ୍ୱର :ପୁଣି ରିମାଣ୍ଡରେ ଆସିବେ ନକଲି ଡାକ୍ତର । ହାଇ ପ୍ରୋଫାଇଲ ଠକ ଡାକ୍ତର ଏବେ କଡା ସୁରକ୍ଷା ବଳୟ ଭିତରେ ଜେଲର ସେଲର ଦିନ କାଟୁଛି । ନକଲି ଡାକ୍ତରଙ୍କ ବିରୋଧରେ ଦିନକୁ ଦିନ ଠକେଇ ଅଭିଯୋଗ ବଢିବାରେ ଲାଗିଛି ।ଏନେଇ ଆଜି ପୁଣି ଥରେ ରିମାଣ୍ଡରେ ଆସିବ ଠକ ଡାକ୍ତର ରମେଶ ସ୍ୱାଇଁ ।…

ନବରଙ୍ଗପୁରରେ ବିଜେଡିର ବାଜିମାତ୍ ,ଚାଲିଛି ସେଲିବ୍ରେସନ

ନବରଙ୍ଗପୁର : ନବରଙ୍ଗପୁରରେ ବିଜେଡିର ବାଜିମାତ୍ । ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୪ ଆସନରେ ହାସଲ କରିଛି ବିଜେଡି । ବିଜେଡି ବିଜୟ ହାସଲ କରିଥିବା ବେଳେ ନାଚଗୀତରେ କମ୍ପି ଉଠୁଛି ପରିବେଶ । ଜିତିଥିବା ପ୍ରାର୍ଥୀଙ୍କୁ ନେଇ ସମର୍ଥକ ମାନେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ସେପଟେ…

ଅଫରେସନ୍ ଗଙ୍ଗା: ଆଜି ୮ଟି ବିମାନରେ ଫେରିବେ ୩୭୨୬ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ନିରାପଦ ଭାବରେ ଫେରାଇ ଅଣାଯାଉଛି । ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ…

ବାଘ ଛାଲ ଜବତ, ଜଣେ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ…

NH-୫୫ର ଶୋଚନୀୟ ସ୍ଥିତି, ପ୍ରତିବାଦରେ ବଅଁରପାଳରେ ୪ ଘଣ୍ଟିଆ ରାସ୍ତାରୋକ

ଅନୁଗୋଳ: କଟକରୁ ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ୱଲପୁର ଯାଇଥିବା ୫୫ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ । ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଛି । ଚାରିଆଡ଼େ ଖାଲଖମା । ଭାରି ଯାନ କଥା ଛାଡନ୍ତୁ ବାଇକ୍ ବି ଚଲାଇ ଯିବା ମୁସ୍କିଲ ହୋଇଛି । ରାଜପଥର ଶୋଚନୀୟ…

ମିଲ୍କ କ୍ୟାନରେ ଫସିଲା ଗୋଧିର ମୁଣ୍ଡ, ବହୁ କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ମିଲ୍କ କ୍ୟାନରେ ଫସିଗଲା ଗୋଧିର ମୁଣ୍ଡ । ଆଉ ବହୁ କସରତ ପରେ ସେଥିରୁ ଉଦ୍ଧାର ହେଲା ଗୋଧି । ଘଟଣା ସ୍ଥଳରେ ସ୍ନେକ ହେଲପ ଲାଇନ୍ ପହଞ୍ଚି ଗୋଧିଟିକୁ ଉଦ୍ଧାର କରିଛନ୍ତି । ଭୁବନେଶ୍ୱର ବରଗଡ଼ କେନାଲ ରୋଡ ଲକ୍ଷ୍ମୀ ବିହାର ଅଞ୍ଚଳରେ ଏକ ଗୋଧି ଟିଣ ଡବାରେ ଫସିଥିବା ଦେଖିବାକୁ…

କିଭ୍ ରେଲୱେ ଷ୍ଟେସନରେ ରକେଟ୍ ମାଡ଼ କଲା ରୁଷ୍ ସେନା

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ତିନି ପଟରୁ ଘେରି ୟୁକ୍ରେନ୍ ଉପରେ ଘନ ଘନ ହମଲା କରୁଛି ରୁଷ୍ ସେନା । କିଭ୍ ଦଖଲ ଦିଗରେ ଆଗକୁ ବଢୁଛି । ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର ରାଜଧାନୀ କିଭରେ ଏକ ବଡ଼ ଧରଣର ବିସ୍ଫୋରଣ କରିଛି ରୁଷ୍ ସେନା । କିଭ୍ ମୁଖ୍ୟ ରେଲୱେ…

୭ ଦିନରେ ୟୁକ୍ରେନ ଛାଡିଲେଣି ୧୦ ଲକ୍ଷ ଲୋକ

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ୍ ମଧ୍ୟରେ ଆଠ ଦିନ ହେଲାଣି ଯୁଦ୍ଧ ଚାଲିଛି । ମିସାଇଲ୍ ମାଡ଼ ସାଙ୍ଗକୁ ବିସ୍ଫୋରଣ ଓ ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦ । କିଭ୍, ଖାରକିଭ୍ ଓ ଖେରସୋନ୍ ସହରରେ ଅସ୍ଥିରତା । ଭୟରେ ଦିନ କାଟୁଛନ୍ତି ଲୋକ । ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ଜୀବନ ଗଲାଣି । ରୁଷ୍ ଆକ୍ରମଣ…

ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ଉପରେ ଆକ୍ରମଣ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତରେ ରାଜନୈତିକ ହିଂସା ଘଟିଛି। ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପରେ ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟିଛି ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତର ବଣସାହି…