Latest Odisha News

BREAKING NEWS

ଆଇପିଏଲ ୨୦୨୨ ମେଗା ନିଲାମ: ସାମିଲ ହେବେ ୮୯୬ ଭାରତୀୟ, ୩୧୮ ବିଦେଶୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ମେଗା ନିଲାମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ୧୦ଟି ଟିମ ଅଂଶଗ୍ରହଣ କରିବେ । ୮୯୬ ଭାରତୀୟ ଓ ୩୧୮ ବିଦେଶୀ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ନିଲାମରେ ୨୭୦ କ୍ୟାପଡ ଖେଳାଳି, ୯୦୩ ଅନକ୍ୟାପଡ ଖେଳାଳି ସାମିଲ ହେବେ…

ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ୱର : ଔଷଧ ଦୋକାନରୁ ଲୁଟ । ମେଡିସିନ କିଣିବାକୁ ଆସି ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି ଗ୍ରାହକ ।ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ଏପରି ଘଟଣା ଘଟିଛି । ପ୍ରାୟ ତିନି ଜଣ ଯୁବକ ମେଡିସିନ କିଣିବାକୁ ଆସି ଜଣକ ପରେ ଜଣେ ଲୁଟ୍ କରିଥିବା ସିସିଟିଭ କ୍ୟାମେରାରେ…

ରାହୁଲ ହେଲେ ଆଇପିଏଲ ଇତିହାସର ଦାମୀ ଖେଳାଳି

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଅହମ୍ମଦାବାଦ ଓ ଲକ୍ଷ୍ନୌ ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି । କେଏଲ ରାହୁଲଙ୍କୁ ଲକ୍ଷ୍ନୌ ୧୭ କୋଟି ଟଙ୍କାରେ ଚୁକ୍ତ କରିଛି । ଏଥିସହ ରାହୁଲ ଆଇପିଏଲ ଇତିହାସର ଦାମୀ ଖେଳାଳି ପାଲଟିଛନ୍ତି । ବିରାଟ…

ସାଧାରଣତନ୍ତ୍ର ଦିବସରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ଥର ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ସେନେଇ ସୂଚନା ମିଳିଛି । ଏଥର ସାଧାରଣତନ୍ତ୍ର ଦିବସରେ ରାଜ୍ୟରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଟି…

କରୋନା ପଜିଟିଭ୍ ବାହାରିଲେ ୩ ମାସ ଯାଏ ନେଇ ପାରିବେନି ଟିକା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ପାଇଁ ନୂ‌ଆ ଗାଇଡଲାଇନ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ ୩ ମାସ ଯାଏ ତାଙ୍କୁ ଟିକା ଦିଆଯିବନି । ଅର୍ଥାତ୍ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ । ପ୍ରିକସନ୍ ଡୋଜ୍ ପାଇଁ…

ପୁଣି ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା

ଛତିଶଗଡ଼: ପୁଣି ମାତିଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା କଲା ଲାଲବାହିନୀ । ହତ୍ୟା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଡିଆରଜି ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ…

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନାମନ୍ତ୍ରୀ ତଥା ଜିଡିଏସ୍ ମୁଖ୍ୟ ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ଏନେଇ ଦେବେଗୌଡାଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛ । ଦେବେଗୌଡ଼ାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ ।…

ପାଗରେ ପରିବର୍ତ୍ତନ, କମିବ ଶୀତ

ଭୁବନେଶ୍ବର : ପାଗରେ ପରିବର୍ତ୍ତନ, କମିବ ଶୀତ । ଉତ୍ତର ଦିଗରୁ ପଶ୍ଚିମା ଝଡ଼ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ପାଗରେ ପରିବର୍ତ୍ତନ ଘଟିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଆସନ୍ତା ୨ ଦିନରେ ପାରଦସ୍ତର ଆହୁରି ୨ରୁ ୩…

୨୦ ମହଲା ବିଲଡିଂରେ ଭୟଙ୍କର ନିଆଁ, ୨ମୃତ

ମୁମ୍ବାଇ: ୨୦ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ମୁମ୍ବାଇ ନାନା ଛକରେ ଥିବା ଥିବା ଏହି ବହୁତଳ ବିଶିଷ୍ଟ କୋଠାରେ ହଠାତ୍ ନିଆଁ ଲାଗିଥିଲା । ସକାଳ ପାଖାପାଖି ସାଢ଼େ ୭ଟା ବେଳେ ବିଲଡିଂର ୧୮ ନମ୍ବର ମହଲାରେ ଲାଗିଥିଲା ନିଆଁ । ପ୍ରାଥମିକ ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର…

[ଭିଡ଼ିଓ] ଢିଙ୍କିଆ ଗସ୍ତରେ ୧୩ ରାଜନୈତିକ ଦଳର ପ୍ରତିନିଧି, ପୁଲିସ ହଟାଇବାକୁ ଦାବି

ଜଗତସିଂହପୁର: ଜଗତସିଂହପୁର ଏରସମା ଢ଼ିଙ୍କିଆ ଅଞ୍ଚଳରେ ଜିନ୍ଦଲ ପ୍ରକଳ୍ପ ନିର୍ମାଣ ଜମିଅଧିଗ୍ରହଣ ସମୟରେ ନିରୀହ ଜନତା ଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରାଯାଇଛି । ଢ଼ିଙ୍କିଆ ଚାରିଦେଶରୁ ପୋଲିସ ପ୍ରତ୍ୟାହାର କରିବା ଆଦି ଦାବି ନେଇ ୧୩ ଗୋଟି ରାଜନୈତିକ ଦଳର ପ୍ରତିନିଧି…