କବିତା : ଇତିହାସ
ପାରମିତା ଷଡଙ୍ଗୀ
ସେ ଥିଲା ଗୋଟେ ଜରା ଜର୍ଜରିତ
ଘରର ଉପେକ୍ଷିତ ବଖରାଟିଏ
ଇତିହାସର କେଉଁ ଏକ
ଗର୍ବିତ ଦୁର୍ଗର
ଭ୍ରମ ଥିଲା ତାର ସବୁଠୁ ଉଚ୍ଚହେବାର
ହଲେ ତାକୁ ଜଣା ନ ଥିଲା
ସହର ଭିତରେ ଶୁଖିଲା ଘାସର
ଗୋଟେ ଜଙ୍ଗଲ ବ୍ୟାପିଲାଣି
ଯାହାର ଧାରୁଆ ପତ୍ରସବୁ
ନିଜ ନିଜ ଭିତରେ ଘଷି ହୋଇ…