Latest Odisha News

BREAKING NEWS

ଆଜି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ କରିପାରନ୍ତି ବଡ଼ ଘୋଷଣା 

ଭୁବନେଶ୍ବର: ରାଜ୍ୟରେ ଏବେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ସନ୍ଧ୍ୟାରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଏନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା…

ମହିମା ଚୌଧୁରୀଙ୍କୁ ଡେଟ୍‌ କରୁଥିଲେ ଅଜୟ ଦେବଗନ?

ମୁମ୍ବାଇ: ୯୦ ଦଶକରେ ଅଜୟ ଦେବଗନ ମହିମାଙ୍କୁ ଡେଟ କରୁଥିବା ଗୁଜବ ବେଶ୍‌ ପ୍ରଚାର ହେଉଥିଲା।ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଏହି ଗୁଜବର ଖୁଲାସା କରିଛନ୍ତି। ଅଜୟ ଦେବଗନ୍ ଏବଂ କାଜୋଲ ଫେବୃଆରୀ ୨୪, ୧୯୯୯ ରେ ବିବାହ ବନ୍ଧନରେ ଆବଦ୍ଧ ‌ହୋଇଥିଲେ। ପ୍ରାୟ ସମାନ ସମୟରେ ଅଜୟ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା, ଛାତ୍ରଙ୍କ ଭଙ୍ଗାରୁଜା, ପୋଲିସର ଲାଠିମାଡ଼

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ । ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଙ୍କ ଉତ୍ତେଜନା ଦେଖାଦେଇଛି । +3 ସେମିଷ୍ଟାର ପରୀକ୍ଷା ଅଫ୍ ଲାଇନ୍ ରେ ହେବାକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦରେ ବିଶ୍ବବିଦ୍ୟାଳୟ ସମେତ କୂଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା…

ୱାଙ୍ଖେଡ ଷ୍ଟାଡିୟମର ୩ ଗ୍ରାଉଣ୍ଡ ଷ୍ଟାଫଙ୍କୁ କରୋନା

ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମଙ୍ଗଳବାର ଆଉ ୩ଜଣ ୱାଙ୍ଖେଡ ଷ୍ଟାଡିୟମ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହି ୩ଜଣ ଗ୍ରାଉଣ୍ଡ ଷ୍ଟାଫ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି । ଯାହା ଫଳରେ ଚିନ୍ତା ବଢ଼ିଛି । ପୂର୍ବରୁ ଆଉ ୧୦ ଷ୍ଟାଫ ଏହି…

ନବରଙ୍ଗପୁରରେ ମହିଳାଙ୍କୁ ମୋହରା କରି ଚାଲିଛି ସବୁଜ ଜହର କାରବାର,୩ ମହିଳା ଅଟକ

ନବରଙ୍ଗପୁର: ଗଞ୍ଜେଇ କାରବାର କରି ଧରାପଡିବା ନବରଙ୍ଗପୁର ଜିଲ୍ଲାରେ ନିତିଦିନିଆ ଘଟଣା ହୋଇଗଲାଣି । ସବୁଜ ଜହର କାରବାରରେ ଏବେ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ଅର୍ଥ ଉପାର୍ଜନ କରିବାର ଏକ ସହଜ ଉପାୟ ପାଲଟିଛି ଗଞ୍ଜେଇ ବେପାର । ଗରିବ ଶ୍ରେଣୀର ମହିଳାଙ୍କୁ ଅର୍ଥ ଲୋଭ ଦେଖେଇ ସେମାନଙ୍କୁ…

ନିଜକୁ ୩.୪ କୋଟିର ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: କରୋନା ମୁକ୍ତ ହେବା ପରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମେ କ’ଣ କରିଥିଲେ ଜାଣନ୍ତି କି? ତାଙ୍କର କୋଭିଡ୍-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଅଭିନେତା ନିଜକୁ ଏକ ନୂତନ ଲାମ୍ବୋର୍ଗିନି ଉପହାର ଦେଇଥିଲେ। କାର୍ତ୍ତିକ ଗତକାଲି ମୁମ୍ବାଇରେ ତାଙ୍କ ବ୍ରାଣ୍ଡ୍‌-ନୂଆ…

ଓଡ଼ିଶାର ପ୍ରସିଦ୍ଧ ଡବିଂ ଆର୍ଟିଷ୍ଟ ଦୀପ୍ତି ରଂଜନ ମହାନ୍ତିଙ୍କ ପରଲୋକ

କଟକ: ଓଡିଶାର ଜଣାଶୁଣା ମଞ୍ଚ ତଥା ଡବିଂ କଳାକାର ଦୀପ୍ତି ରଂଜନ ମହାନ୍ତିଙ୍କର ହୃଦଘାତ ପରେ ରବିବାର ରାତିରେ ରାଉସାପାଟଣାରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ତାଙ୍କ ପତ୍ନୀ ସୀମାଞ୍ଜଳି, ଝିଅ ରିୟା ଏବଂ ଦୁଇ ପୁଅ ଓମ ଏବଂ ମୃତ୍ୟୁଞ୍ଜୟ…

କୂଅ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । କୂଅ ଖୋଳୁଥିବା ବେଳେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକ ମୃତ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ ହୋଇଥିଲେ ।  ପୁରୁଣା କୂଅକୁ ଅଧିକ ଗଭୀର କରିବା…

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକା ଦିଆଯିବା ଉଚିତ; ଆଇଏମ୍‌ଏ

ନୂଆଦିଲ୍ଲୀ: କୋଭିଡ୍‌-୧୯ ର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତୀୟ ମେଡିକାଲ୍ ଆସୋସିଏସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଛନ୍ତି ଯେ,୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଟିକାକରଣ କରାଯିବା ଉଚିତ। ମହାମାରୀର ମାତ୍ରାକୁ ହ୍ରାସ କରିବା ପାଇଁ IMA ଯୁଦ୍ଧକାଳୀନ…

ସୁନ୍ଦରଗଡର ଏହି ୬ଟି ଗାଁକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ସୁନ୍ଦରଗଡ: କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ଦୃଷ୍ଟିରୁ ସୁନ୍ଦରଗଡ ପ୍ରଶାସନ ସୋମବାର ଠାରୁ ଏକ ସପ୍ତାହ ପାଇଁ ଗୋଟିଏ ଗ୍ରାମ ପଞ୍ଚାୟତର ୬ଟି ଗ୍ରାମକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ୧୯ଟି ପଜିଟିଭ ମାମଲା ମୁର୍କିଆ ମୁସଲମାନ ବସ୍ତିପାରା, ବାନ୍ଦେଗାରୁ ୨୪,…