Latest Odisha News

BREAKING NEWS

ନିଜକୁ ୩.୪ କୋଟିର ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: କରୋନା ମୁକ୍ତ ହେବା ପରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମେ କ’ଣ କରିଥିଲେ ଜାଣନ୍ତି କି? ତାଙ୍କର କୋଭିଡ୍-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଅଭିନେତା ନିଜକୁ ଏକ ନୂତନ ଲାମ୍ବୋର୍ଗିନି ଉପହାର ଦେଇଥିଲେ।

କାର୍ତ୍ତିକ ଗତକାଲି ମୁମ୍ବାଇରେ ତାଙ୍କ ବ୍ରାଣ୍ଡ୍‌-ନୂଆ ବିଳାସପୂର୍ଣ୍ଣ କାର ଚଳାଉଥିବାର ନଜର ଆସିଥିଲେ। କାର୍ତ୍ତିକ ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ ନିଜର ମହଙ୍ଗା କାର୍‌କୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଥିଲେ। ତାଙ୍କ ଫ୍ୟାନ୍ସମାନେ ବି ତାଙ୍କର ଏହି କାର୍‌କୁ ବେଶ୍‌ ପସନ୍ଦ କରିଥିଲେ।

ଏହି ବିଳାସପୂର୍ଣ୍ଣ କାର କିଣିବା ପାଇଁ କାର୍ତ୍ତିକ ୩.୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏପ୍ରିଲ ୬ରେ ମଙ୍ଗଳବାର ଦିନ ଅଭିନେତା ନିଜର ନୂଆ କାର ସହିତ ପୋଜ୍ ଦେଉଥିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓଟି ଶୋ’ରୁମରେ କଏଦ ହୋଇଥିବା ଜଣାପଡିଛି। ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, “ଖରିଦ ଲି …. ପର୍‌ ମୈ ଶାୟଦ ମେହେଙ୍ଗୀ ଚିଜୋଁ କେ ଲିୟେ ବନା ହୀ ନହିଁ ହୁଁ।

Leave A Reply

Your email address will not be published.