Latest Odisha News

BREAKING NEWS

ବିଜୟର ଦ୍ୱାରଦେଶରେ ଭାରତ, ଅଷ୍ଟ୍ରେଲିଆ ୨୨୦/୮ ସ୍କୋରରେ ସଂଘର୍ଷ ଜାରି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଇତିହାସ ରଚିବାକୁ ଯାଉଛି ଭାରତ । ଆଉ ୨ଟି ୱିକେଟ ହାସଲ ପରେ ଭାରତ ଐତିହାସିକ ବିଜୟ ସହିତ ଅଷ୍ଟ୍ରେଲିଆ ମାଟିରେ ୧ମ ଥର ଲାଗି ଟେଷ୍ଟ ସିରିଜ ବିଜୟ ହାସଲ କରିପାରିବ । ଅଷ୍ଟ୍ରେଲିଆ ତାର ୨ୟ ଇନିଂସରେ ମାତ୍ର ୨୨୦ ରନ କରି ମୂଲ୍ୟବାନ ୮ଟି ୱିକେଟ ହରାଇ…

ଜାମ୍ମୁ-କାଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଲୁଚି ରହିଥିବା ନେଇ…

ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଓ ଅଚଳାବସ୍ଥା ଦୁଇଜଣ ମନ୍ତ୍ରୀଙ୍କ ଦ୍ୱାରା ପ୍ରାୟୋଜିତ: ବିଜେପି

ଭୁବନେଶ୍ୱର: ଶୁକ୍ରବାର ସକାଳେ ଶ୍ରୀମନ୍ଦିର ଦ୍ୱାର ନଖୋଳିବା, ଶ୍ରୀଜୀଉଙ୍କ ନୀତିକାନ୍ତି ବନ୍ଦ ରହିବା ଏବଂ ମହାପ୍ରଭୃଙ୍କ ଦର୍ଶନ ପାଇବାରୁ ହଜାର ହଜାର ଭକ୍ତ ବଂଚିତ ହେବା ଏହା ପ୍ରାୟୋଜିତ ବିଶୃଙ୍ଖଳା । ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଓ ଅଚଳାବସ୍ଥା ତଥା ୧୦ ଘଣ୍ଟା ବିଳମ୍ବରେ ଶ୍ରୀମନ୍ଦିର…

ଟାଇମପାସ୍ ପୁସ୍ତକ ପର୍ବ: ପ୍ରାର୍ଥନା ଚାନ୍ଦଙ୍କ ‘ଥ୍ରୁ ଦ ଚେନସ୍’ ଲୋକାର୍ପିତ

ଭୁବନେଶ୍ୱର: ଜୀବନରେ ହସ, ଲୁହ, ଭାବ ଅଭାବ, ସଂଘର୍ଷ, ସହାନୁଭୂତି, ପ୍ରେମ ପ୍ରତାରଣା ଏକାଠି ଗୋଟିଏ ଚେନ୍ରେ ବନ୍ଧାହୋଇ ରହିଛି । ଏହି ଭଲ ଓ ମନ୍ଦର ବନ୍ଧନ ଭିତରେ ହିଁ ଜୀବନର ଅସଲ ସ୍ୱାଦ ଲୁଚି ରହିଛି ବୋଲି ନିଜ ଦ୍ୱିତୀୟ ଇଂରାଜୀ କବିତା ସଂକଳନ ‘ଥ୍ରୁ ଦ ଚେନସ୍’ ଲୋକାର୍ପଣ ଉତ୍ସବରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶା ହକି ତାରକା ସୁନିତା ଲାକ୍ରା

ରାଉରକେଲା: ମହିଳା ଅଲିମ୍ପିଆନ ଏବଂ ଭାରତୀୟ ମହିଳା ଜାତୀୟ ହକି ଦଳର ପୂର୍ବତନ ଅଧିନାୟିକା ତଥା ଓଡ଼ିଶାର ଜଣାଶୁଣା ହକି ତାରକା ସୁନିତା ଲାକ୍ରା ଶୁକ୍ରବାର ଦିନ ଏକ ଚର୍ଚ୍ଚରେ ସୁମନ ଦୀପକ ଟପ୍ପୋଙ୍କୁ ବିବାହ କରିଛନ୍ତି । ସେମାନେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରସ୍ଥିତ ଏକ…

ଦୀର୍ଘ ୧୦ ଘଣ୍ଟା ବିଳମ୍ବରେ ଖୋଲିଲା ଶ୍ରୀଜଗନ୍ନାଥଙ୍କ ଦ୍ୱାର, ଆରମ୍ଭ ହେଲା ନୀତିକାନ୍ତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଦ୍ୱାର ଶେଷରେ ଖୋଲିଲା । ପାଖାପାଖି ୧୦ ଘଣ୍ଟା ବିଳମ୍ବରେ ଭିତର ଦ୍ୱାର ଫିଟିବା ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପାରମ୍ପରିକ ନୀତିକାନ୍ତି ପୁଣି ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ, ସେବାୟତ ଗୋଷ୍ଠୀ ଏବଂ ଶ୍ରୀଜଗନ୍ନାଥ ମନ୍ଦିର…

ବଢୁଛି ଶୀତ ଲହରୀ, ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରକୋପ ଅଧିକ

ଭୁବନେଶ୍ୱର: ବଢୁଛି ଶୀତ ଲହରୀ । ରାତିରେ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ହ୍ରାସ ପାଇ ଥଣ୍ଡା ବୃଦ୍ଧି ହେବାରେ ଲାଗିଛି । ତେବେ ଓଡ଼ିଶାର ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ରାତିର ପାରଦ କ୍ରମେ ଆହୁରି ଖସିବାର ସମ୍ଭାବନା ରହିଛି ବୋଲି…

ଶିଶୁ ଯୌନ ଅପରାଧ ବିରୋଧରେ ମୃତ୍ୟୁ ଦଣ୍ଡାଦେଶର ମୋହର ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦିନକୁ ଦିନ ଶିଶୁମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ ଆଜି କେନ୍ଦ୍ର ସରକାର ଅଭିଯୁକ୍ତମାନଙ୍କୁ ପୁରସ୍କାର ସ୍ୱରୂପ ମୃତ୍ୟୁ ଦଣ୍ଡାଦେଶ ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଏନେଇ ସଂସଦରେ ଏକ ଅଧ୍ୟାଦେଶ ଆଣିଥିଲେ । କେନ୍ଦ୍ର…

କେନ୍ଦୁଝର : ଶାଶୁଘର ଲୋକଙ୍କ ଦ୍ୱାରା ବୋହୂ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଘୋଡ଼ାବେଡ଼ା ସାହିରେ ଜନୈକା ମହିଳାଙ୍କୁ ପୋଡ଼ି ମାରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣକଙ୍କ ସେହି ସାହିର ଟୁନା ମହାନ୍ତଙ୍କ ପତ୍ନୀ ସବିତା ମହାନ୍ତ ବୋଲି ଜଣାପଡିଛି । ପୀଡିତାଙ୍କ ପିତା ଲମ୍ବୋଦର ମହାନ୍ତ…

ବାରିପଦା ‘ବାହ୍ୟ ମଳତ୍ୟାଗ ମୁକ୍ତ’ ସହର ଭାବେ ଘୋଷିତ

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ବାହ୍ୟ ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ବାରିପଦା ସହରରେ ଥିବା ସମସ୍ତ ୨୮ଟି ୱାର୍ଡ଼ ବାହ୍ୟ ମଳତ୍ୟାଗ ମୁକ୍ତ ଭାବେ ପରିଗଣିତ ହେବା ପରେ ସମଗ୍ର ସହର ବାହ୍ୟ ମଳତ୍ୟାଗ ସହର ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।…