Latest Odisha News

BREAKING NEWS

କୋଭାକ୍ସିନକୁ ମିଳିବ ‘ହୁ’ର ଅନୁମତି! ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଅନୁମତି ପ୍ରଦାନ ପ୍ରସଙ୍ଗରେ ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁର ଏକ ବିଶେଷଜ୍ଞ ଦଳ ଏକ ବୈଠକ କରିବେ। ହାଇଦ୍ରାବାଦ ଭିତ୍ତିକ ଟିକା ନିର୍ମାତା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା…

ରାଜ୍ୟରେ ୪୫୩ ନୂଆ ଆକ୍ରାନ୍ତ; ୫୩ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୫୩ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୫୩ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୬୫ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୮୮।…

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ୭ ବିଲିୟନ ଡଲାର କ୍ଷତି ସହିଲା ଫେସବୁକ

ନୂଆଦିଲ୍ଲୀ: ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍‌ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା। ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି। କମ୍ପାନୀର…

ଦୀର୍ଘ ୬ ଘଣ୍ଟା ଅଚଳ ପରେ ସ୍ୱାଭାବିକ ହେଉଛି ଫେସବୁକ୍, ହ୍ୱାଟସଆପ

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଅଚାନକ ଅଚଳ ହୋଇପଡ଼ିଥିଲା। ଦୀର୍ଘ ୬ ଘଣ୍ଟାରେ ଏହା ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ପ୍ରାୟ ୬ ଘଣ୍ଟା ଧରି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ବନ୍ଦ ହୋଇଯିବା ଯୋଗୁ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ…

୭ ଯାଏ ଏନସିବି ହେପାଜତରେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହେପାଜତକୁ ପଠାଯାଇଛି। କ୍ରୁଜ୍ ଡ୍ରଗ୍ ମାମଲାରେ ଜଡ଼ିତ ଥିବା ଆର୍ୟନଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା। ଗୋଟିଏ ପଟେ ଏନସିବି ପକ୍ଷରୁ ଅତିରିକ୍ତ…

ଘର ଆଗରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ, ସମସ୍ୟା ସମାଧାନରେ ଅସହାୟ ବିଧାୟକ

ବାଲେଶ୍ବର : ବାଲେଶ୍ବର ପୌରପାଳିକା ଅଞ୍ଚଳରେ ସଫେଇ କାର୍ଯ୍ୟ ଟେଣ୍ଡର ଓ କର୍ମଚାରୀ ନିଯୁକ୍ତିକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଦୁଇ ଗୋଷ୍ଠୀରେ ସଫେଇ କର୍ମଚାରୀ ବିଭକ୍ତ ହୋଇଥିବା ବେଳେ, ଗୋଟିଏ ଗୋଷ୍ଠୀ ବିଭିନ୍ନ ଦାବି ନେଇ ସଦର ବିଧାୟକ ସୂରୂପ ଦାସଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।…

ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ୫ ଅଟକ

ସମ୍ବଲପୁର: ଜୁଆଡିଙ୍କ ନାକେଦମ କରିଛି ସମ୍ବଲପୁର ପୋଲିସ । ଜିଲ୍ଲାରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଆଜି ମାନେଶ୍ୱର ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ସଦର ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମାନେଶ୍ୱର ଗାଁର କେନାଲପଡାରେ ପୋଲିସ ଚଢାଉ…

ଆଇଆଇଟି ଗୌହାଟୀର ବୈଜ୍ଞାନିକ ପ୍ରସ୍ତୁତ କଲେ ପାଣିରୁ ତେଲକୁ ଶୋଷୁଥିବା କପଡା

ଗୌହାଟୀ: ଆଇଆଇଟି ଗୌହାଟୀର ଗବେଷକମାନେ ଏକ ସ୍ୱତନ୍ତ୍ର ପ୍ରକାରର କପଡା ପ୍ରସ୍ତୁତ କରିଛନ୍ତି । ଯାହା କି ପାଣି ବଦଳରେ କେବଳ ତେଲ ଶୋଷିପାରିବ । ଜଳ ପ୍ରଦୂଷଣ ରୋକିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ରସାୟନ ବିଜ୍ଞାନର ଆସୋସିଏଟ ପ୍ରଫେସର ଶ୍ୟାମ…

ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା: ମୟୁରଭଂଜ ଜିଲ୍ଲା ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଆଜି ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା (AISHMAA) କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରୀୟ କମିଟିର ଅନୁମୋଦନ କ୍ରମେ ଓଡିଶା ପାଇଁ ୧୨ ଜଣିଆ ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ କରାଯାଇଛି…

ବଲାଙ୍ଗିରରେ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍, ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ସହର ରେଳ ଷ୍ଟେସନ ରାସ୍ତା ଏଫସିଆଇ ଗୋଦାମ ନିକଟରେ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍ ଅଭିଯୋଗ । ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ହେଲା ବଲାଙ୍ଗିର ସହର କଂସାରୀପଡାର ସିଦ୍ଧାର୍ଥ କୁମ୍ଭାର ।…