Latest Odisha News

BREAKING NEWS

କବାଡ଼ିଖାନାରୁ ଚୋରା ଗାଡ଼ି ଜବତ ଘଟଣା, ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ଯାଜପୁର: ଯାଜପୁର ଶିତଳେଶ୍ୱର କବାଡ଼ିଖାନାରୁ ଚୋରା ଗାଡ଼ି ଜବତ ଘଟଣା। ଏଥିରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ବିରୋଧରେ ଯାଜପୁର ସମେତ ରାଜ୍ୟର ୯ଟି ଥାନାରେ ଅଭିଯୋଗ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ କବାଡ଼ିଖାନାର ମାଲିକ ଯାଜପୁର ଅଞ୍ଚଳର ପିତାମ୍ବର…

କଳାହାଣ୍ଡିରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୮୬୦ କୋଟି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ

କଳାହାଣ୍ଡି : କଳାହାଣ୍ଡିରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ହିତାଧିକାରୀମାନଙ୍କୁ  ସ୍ମାର୍ଟ ହେଲଥ କାର୍ଡ…

ଭର୍ଚୁଆଲ ମୋଡ଼ରେ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାବାସୀଙ୍କ ପାଇଁ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ କରାଯିବ। ଏନେଇ ନୂଆପଡ଼ା ମିନି ଷ୍ଟାଡ଼ିୟମରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ସର୍ବମୋଟ୍ ୧୭୨୬୪୩ଟି BSKY କାର୍ଡ଼…

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ନଭେମ୍ବର ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ। ଚଳିତ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ। ବିଭିନ୍ନ ପର୍ବ ପର୍ବାଣି ଯୋଗୁଁ ବିଭିନ୍ନ ରାଜ୍ୟରେ ଅନେକ ବ୍ୟାଙ୍କ ଶାଖା ବନ୍ଦ ରହିବ। ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ…

ଚୀନ୍‌ର ପ୍ରଥମ ମହିଳା ଭାବେ ମହାକାଶ ଶୂନ୍ୟରେ ଚାଲିଲେ ୱାଙ୍ଗ ୟାପିଙ୍ଗ

ଚୀନ୍ : ୱାଙ୍ଗ ୟାପିଙ୍ଗ ପ୍ରଥମ ଚୀନ୍ ମହିଳା ଭାବେ ରବିବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ମହାକାଶ ମହାଶୂନ୍ୟରେ ଚାଲିଛନ୍ତି।ତାଙ୍କ ବୟସ ପାଖାପାଖି ୪୧ ବର୍ଷ ହେବ ବୋଲି ଜଣାପଡ଼ିିଛି । ସେ ମହାକାଶଚାରୀଣି କମାଣ୍ଡର ଝାଇ ଝିଙ୍ଗାଙ୍ଗଙ୍କ ସହ ସ୍ପେସ୍ ଯାଇଥିଲେ । ଚୀନ୍ ସରକାର ଏନେଇ ଟ୍ୱିଚ କରି…

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ କଙ୍ଗନା ଓ ଅଦନାନ୍ ସାମି

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।…

ଲଖିମ୍‌ପୁର ଖେରୀ ହିଂସା; ଯୋଗୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଏସ୍‌ସି

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକୁ ନେଇ ଉତ୍ତରପ୍ରଦେଶ ସରକାର ଦେଇଥିବା ଏକ ଷ୍ଟାଟସ୍ ରିପୋର୍ଟକୁ ନେଇ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନୁସନ୍ଧାନର ଅଗ୍ରଗତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଆମର ଆଶା ଅନୁଯାୟୀ ଘଟୁନାହିଁ।…

ସମୀରଙ୍କ ଶାଳୀ ଡ୍ରଗ୍ସ କାରୋବାରରେ ଜଡିତ ଥିଲେ: ନୱାବ

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଗୋଟିଏ ପରେ ଗୋଟିଏ ଅଭିଯୋଗ ସମୀରଙ୍କ ନାମରେ ସେ ଆଣିବାରେ ଲାଗିଛନ୍ତି । ଆଜି…

ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ

ଢ଼େଙ୍କାନାଳ: ଜଙ୍ଗଲରୁ ଏକ ଗଳିତ ମୃତଦେହ ଉଦ୍ଧାର। ଢ଼େଙ୍କାନାଳ ଜିଲ୍ଲା ଗୋଳାଗାଡ଼ିଆ ଗାଁ ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଳାଗାଡ଼ିଆ ଗାଁର କୈଳାଶ ଧଳ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୋଳାଗାଡ଼ିଆ ଗାଁର ଜଙ୍ଗଲରେ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।…

ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେବେ ବଡଠାକୁର

ପୁରୀ: ଆଜି ଶ୍ରୀମନ୍ଦିରରେ ହରହରି ବେଶରେ ଦର୍ଶନ ଦେବେ ବଡଠାକୁର । ପ୍ରଭୁଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ବଡ ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯିବ। ପରମ୍ପରା ଅନୁସାରେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ବଡଠାକୁରଙ୍କ ହରହରି ବେଶ…