Latest Odisha News

BREAKING NEWS

୩୩ ବର୍ଷ ପୁରୁଣା ଭିଡିଓ ସେୟାର୍‌ କରି ବନ୍ଧୁଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ଦବାଙ୍ଗ ବଏ୍ ସଲମାନ ଖାନ ସୋସିଆଲ ମିଡିଆରେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ସମୟରେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ ବିଗ୍‌ ବୋସ୍‌କୁ ଭାଇଜାନ୍‌ ଏବେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି।…

ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହିବା ବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କର ରାଜ୍ୟସଭାରେ କାର୍ୟ୍ୟକାଳ ଶେଷ ହେଉଛି । ତାଙ୍କ ସହ ଆଉ ତିନି ଜଣ ସଦସ୍ୟଙ୍କର ବି ସରୁଛି କାର୍ଯ୍ୟକାଳ । ଆଜି ରାଜ୍ୟସଭାରେ ବିଦାୟକାଳୀନ ଅଭିଭାଷଣ ବେଳେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହିବା ବେଳେ କୋହ ସମ୍ଭାଳି ପାଲିଲେନି…

ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ନାଁ ରାମଧର ଭୋତ୍ରା ଓ ଘର କୋଡ଼ିଙ୍ଗା ଥାନା ଦଶାପାଇଗୁଡ଼ା ଗାଁରେ । ଗତକାଲି ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଚିକିତ୍ସା ପାଇଁ ରାମଧରଙ୍କୁ…

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ସେ ଥିଲା । ୧୫ ଦିନ…

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ସକାଳୁ ସକାଳୁ ପୁଣି ମାତିଲେ ଲୁଟେରା । ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଝାରପଡ଼ା ଜେଲ ସାମନା ରାସ୍ତାରୁ ଆଜି ସକାଳେ ଏହି ଲୁଟ ହୋଇଛି । ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସିଥିଲେ । ମର୍ଣ୍ଣିଂ…

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟାରେ ୯ ହଜାର ୧୧୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ୧ କୋଟି ୦୮ ଲକ୍ଷ ୪୭ ହଜାର ୩୦୪ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୪,୦୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର…

ଅହୋରାତ୍ର ଉଦ୍ଧାର ଅଭିଯାନ, ଟନେଲ ଭିତରୁ ଜୀବନ ବଞ୍ଚାାଉଛନ୍ତି ଯବାନ

ଚାମୋଲୀ(ଉତ୍ତରାଖଣ୍ଡ): ଦେବଭୂମିରେ ପ୍ରକୃତିର କୋପ । ଉତ୍ତରାଖଣ୍ଡରେ ହିମସ୍ଖଳନ ଆଣିଛି ମହାବିପତ୍ତି । ଦୁଇ ଦିନ ହେଲାଣି ଚାମୋଲୀ ଜିଲ୍ଲାରେ ଚାଲିଛି ଉଦ୍ଧାର ଅଭିଯାନ । ହିମସ୍ଖଳନ ପରବର୍ତ୍ତୀ ବନ୍ୟା ଯୋଗୁ ତପୋବନରେ ଟନେଲ ଭିତରେ ୩୫ ଜଣ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ରବିବାର ଦିନ ହୋଇଥିବା ହିମସ୍ଖଳନରେ ଓଡିଶାର ଜଣେ ୨୫ ବର୍ଷୀୟ ଯୁବକ ନିଖୋଜ ଥିବା ଜଣାପଡିଛି। ସେ ଭଦ୍ରକ ଜିଲ୍ଲାର ଧାମରା ଅଞ୍ଚଳର ହୋଇଥିବା ନେଇ ସୁତ୍ରରୁ ପ୍ରକାଶ। ଯୁବକ ଜଣକ ନଭେମ୍ବର ୫ରୁ ଋଷିଗଙ୍ଗା ପାୱାର ପ୍ରକଳ୍ପରେ…

ପିଲାଚୋର ସନ୍ଦେହରେ ପୋଲିସକୁ ପିଟିଲେ, ଏବେ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଗ୍ରାମବାସୀ ମାନେ ସାଧା ପୋଷାକଧାରୀ ପୋଲିସ ମାଡ଼ ମାରିଛନ୍ତି। ଚୋର ଧରିବାକୁ ପୁଲିସ ସାଧା ପୋଷାକରେ ଗାଁକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସକୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ…

ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ବୈଠକ ଲୋକସେବା ଭବନରେ ଆଜି ଅପରାହ୍ନରେ ବସିବାକୁ ଯାଉଛି। ୨୦୨୧-୨୨ ଆର୍ଥିକ ବର୍ଷ ବଜେଟକୁ ମନ୍ତ୍ରୀ ପରିଷଦ…