Latest Odisha News

BREAKING NEWS

ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହିବା ବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କର ରାଜ୍ୟସଭାରେ କାର୍ୟ୍ୟକାଳ ଶେଷ ହେଉଛି । ତାଙ୍କ ସହ ଆଉ ତିନି ଜଣ ସଦସ୍ୟଙ୍କର ବି ସରୁଛି କାର୍ଯ୍ୟକାଳ । ଆଜି ରାଜ୍ୟସଭାରେ ବିଦାୟକାଳୀନ ଅଭିଭାଷଣ ବେଳେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହିବା ବେଳେ କୋହ ସମ୍ଭାଳି ପାଲିଲେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାବୁକ ହୋଇ ଯାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, କ୍ଷମତା ଆସିବ ଓ ଯିବ । ତେବେ ଏହାକୁ କେମିତି ଉପଯୋଗ କରାଯିବ ତାହା ଗୁଲାମ ନବୀ ଆଜାଦଙ୍କ ପାଖରୁ ଶିଖିବା ଦରକାର । ତାଙ୍କ ଜଣେ ଭଲ ବନ୍ଧୁ ବୋଲି କହିବା ବେଳେ କୋହ ସମ୍ଭାଳି ପାରି ନଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ଆଖିରେ ଲୁହ ଚାଲି ଆସିଥିଲା ।

ବେଶ କିଛି ସମୟ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ କଣ୍ଠରୋଧ ହୋଇଥିଲା । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ, ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ହମଲା ବେଳେ କାନ୍ଦି ପକାଇଥିଲେ ଗୁଲାମନବୀ ଆଜାଦ । ତାଙ୍କର ଏଭଳି କିଛି ସ୍ୱଭାବ ଓ କାର୍ୟ୍ୟ ପାଇଁ ସେ କ୍ଷମତା ଓ ରାଜନୀତିଠାରୁ ବହୁ ଉପରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗୁଲାମ ନବୀ ଆଜାଦ କେବଳ କଂଗ୍ରେସ ପାଇଁ କାମ କରୁ ନଥିଲେ । ସେ ଦେଶ ଓ ଗୃହ କଥା ବି ଚିନ୍ତା କରୁଥିଲେ । ତାଙ୍କ ସ୍ଥାନରେ ଯିଏ ଆସିବେ ତାଙ୍କ ଭଳି କାମ କରିବା ମୁସକିଲ୍ ହେବ । ଏହାସହ ସବୁବେଳେ ତାଙ୍କ ପରାମର୍ଶ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆସନ୍ତା ୧୫ ତାରିଖରେ ରାଜ୍ୟସଭା ସଦସ୍ୟ ଭାବରେ ଗୁଲାମ ନବୀ ଆଜାଦଙ୍କ କାର୍ୟ୍ୟକାଳ ଶେଷ ହେଉଛି ।

Leave A Reply

Your email address will not be published.