Latest Odisha News

BREAKING NEWS

ଦେଶ ତୁଳନାରେ ରାଜ୍ୟରେ କମିଛି ଅପରାଧ, ତଥ୍ୟ ଦେଲା ଏନସିଆରବି

ଭୁବନେଶ୍ବର : ଦେଶ ତୁଳନାରେ ରାଜ୍ୟରେ କମୁଛି ଅପରାଧ । ୨୦୨୦ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ୪୮୭.୮ ଥିବା ବେଳେ, ଓଡ଼ିଶାରେ ଅପରାଧ ହାର ରହିଛି ମାତ୍ର ୨୯୫.୨ । ଏନେଇ ସୂଚନା ଦେଇଛି ଜାତୀୟ ଅପରାଧ ନଥିସଂସ୍ଥା ବା ଏନସିଆରବି । ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ…

ପଞ୍ଜଶୀର ପାଲଟିଛି ଭୂତର ସହର !

ପଞ୍ଜଶୀର: ଆଫଗାନିସ୍ତାନରେ ତାଲିବାନ ପାଇଁ ସର୍ବଦା ପ୍ରତିବନ୍ଧକ ହୋଇ ରହି ଆସିଛି ପଞ୍ଜଶୀର ଘାଟି । ଏଥର ତାଲିବାନ ଏହାକୁ କବଜା କରିବାରେ ସଫଳ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଶେଷ କିଛି ଫାଇଦା ପାଇ ନାହାନ୍ତି । ତାଲିବାନ ଏଠାରେ ପ୍ରବେଶ କରିବା ମାତ୍ରେ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ…

ତେଲେଙ୍ଗାନା ପୋଲିସ ଡିଜିପିଙ୍କ ନିକଟରେ ହାର୍ଡକୋର ମହିଳା ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ତେଲେଙ୍ଗାନା ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମହିଳା ମାଓବାଦୀ ସାରଦା । ସାରଦା ଆନ୍ଧ୍ରପ୍ରଦେଶ ମହୁବୁବାବାଦ ଜିଲ୍ଲାର ବାସିନ୍ଦା । ସେ ୧୯୯୪ ମସିହାରେ ମାଓ ସଙ୍ଗଠନରେ ଜଣେ ସକ୍ରିୟ ସଦସ୍ୟ ଭାବେ ଯୋଗ ଦେଇଥିଲା ।…

କେନ୍ଦ୍ର ମନ୍ତ୍ରୀ ଗଡକାରୀ ୟୁଟ୍ୟୁବରୁ ପାଉଛନ୍ତି ମାସିକ ୪ ଲକ୍ଷ !

ମୁମ୍ବାଇ:କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀ ୟୁଟ୍ୟୁବରୁ ମାସିକ ୪ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି କହିଛନ୍ତି । ହରିୟାଣାରେ ଏକ ଇଭେଂଟରେ ସେ କହିଥିଲେ, କରୋନା ମହାମାରୀ ସମୟରେ ରାନ୍ଧିବା ଆଉ ୟୁଟ୍ୟୁବରୁ ଆୟ କରିବା ଶିଖି ଯାଇଛି । ଅନଲାଇନରେ କେତେକ ଲେକଚର ଦେଇଥିଲି । ଏହାକୁ ୟୁଟ୍ୟୁବରରେ…

କୋରାପୁଟ ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ

ଜୟପୁର : କୋରାପୁଟ ଜିଲ୍ଲା ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ । ଆଜି ଜୟପୁର ଏୟାରଷ୍ଟ୍ରିପ ରେ ପହଁଚିଛନ୍ତି । ରେଭିନ୍ୟୁ ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁ ପଦ ସେଠୀ ଓ କୃଷି ବିଭାଗ କମିଶନର କମ୍ ସେକ୍ରେଟାରୀ ସୁରେଷ କୁମାର ବଶିଷ୍ଠ ଓ ଅନ୍ୟ ଦୁଇଜଣ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ…

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ଭରସା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା : ସୁନ୍ଦରଗଡ଼ର ହିତାଧିକାରୀଙ୍କ ମୁହଁରେ…

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାର୍ଟ ବଣ୍ଟନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କ ୧୦ ଲକ୍ଷ ଟଙ୍କାର ମିଳିବ ଚିକିତ୍ସା ସୁବିଧା । ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କ ମୁହଁରେ ଫୁଟିଛି…

ରୋହିତଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ କୋହଲି ଚାହୁଁଥିଲେ !

ନୂଆଦିଲ୍ଲୀ: ବିଶ୍ୱକପ ପରେ ଟି୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ବିରାଟ କୋହଲି ଘୋଷଣା କରି ସାରିଛନ୍ତି । ଭାରତୀୟ କ୍ରିକେଟର ଏହି ଘଡିସନ୍ଧି ମୂହର୍ତରେ ଆଉ ଏକ ଖବର ଚର୍ଚ୍ଚାର କାରଣ ସାଜିଛି । ଏଥିରେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବା ପାଇଁ କୋହଲି ଚୟନ କମିଟିଙ୍କୁ…

ଦିଲ୍ଲୀରୁ ଅପହରଣ; ମଧ୍ୟପ୍ରଦେଶରେ ହତ୍ୟା; ରାଜସ୍ଥାନରୁ ଶବ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା ରାଜସ୍ଥାନରୁ ଶବ ଉଦ୍ଧାର। ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ଝିଅର ଶବକୁ ରାଜସ୍ଥାନକୁ ନିଆଯାଇ ସେଠାରେ ଫୋପାଡି ମଧ୍ୟ ଦିଆଯାଇଥିଲା। ଏହି…

[ଭିଡିଓ] ମହଙ୍ଗା ପଡିଲା ପୂଜା ଛୁଟି, ଅକାଳରେ ଚାଲିଗଲା ଜୀବନ

ପାରାଦୀପ: ବିହାର ରାଜ୍ୟରୁ ଓଡିଶାର ପାରାଦୀପକୁ ବୁଲି ଆସିଥିଲେ ୪ଜଣ ଯୁବକ । ବିଶ୍ୱକର୍ମା ପୂଜା ଛୁଟିରେ ଆସି ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡିଆ ନିକଟସ୍ଥ ସମୁଦ୍ର କୂଳରେ ଗାଧୋଉଥିଲେ । ହେଲେ ସମୁଦ୍ରରେ ମଜା ମସ୍ତି କରିବା ସେମାନଙ୍କୁ ମହଙ୍ଗା ପଡିଛି । ଆଇଓସିଏଲ୍‌ରେ ଶ୍ରମିକ ଭାବେ…

ହଠାତ୍ ପାକିସ୍ତାନ ଗସ୍ତ ବାତିଲ କଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା…