Latest Odisha News

BREAKING NEWS

ଜୀବନ ଶରୀର ହେଲେ ସାହିତ୍ୟ ତା’ର ଆତ୍ମା : ଅନୀତା ପାଣି

ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର  ଅନୀତା ପାଣି । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଳେଖନୀର ସ୍ପର୍ଶରେ ,ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି; ସିଜେଆଇ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ସଂସଦରେ ଉପଯୁକ୍ତ ବିତର୍କର ଅଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ରମଣା କହିଛନ୍ତି। "ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ…

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା ଯାଉଥିଲା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେହି…

ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଳନ ବେଳେ ଦୁର୍ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ହୋମଗାର୍ଡ…

ଝିଅମାନଙ୍କୁ ବଳପୂର୍ବକ ବିବାହ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ; ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଝିଅମାନଙ୍କୁ ଏହାର ଯୋଦ୍ଧାମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଥିବା ଦାବିକୁ ଭିତ୍ତିହୀନ ବୋଲି କହିଛି। ଆଫଗାନିସ୍ତାନ ସରକାର ଏହା ବିରୁଦ୍ଧରେ କୁପ୍ରଚାର କରୁଥିବା ଅଭିଯୋଗ କରିଛି। ତାଲିବାନର ମୁଖପାତ୍ର ସୁହେଲ ଶାହିନ୍ କହିଛନ୍ତି ଯେ ଆଫଗାନିସ୍ତାନର ସମସ୍ତ…

ହାଇତି ଭୂମିକମ୍ପ ପରେ ହାହାକାର ସ୍ଥିତି: ଭଗ୍ନାଂବଶେଷ ତଳକୁ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ଲୋକ

ହାଇତି: ଆମେରିକାର ହାଇତିରେ ଭୟଙ୍କର ଭୂମିକମ୍ପରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଶତାଧିକ ଜୀବନ ନେଇଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୩ଶହରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ୭.୨ ତୀବ୍ରତାରେ…

ଜମ୍ମୁକାଶ୍ମୀର; ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ: ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା। ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ସ୍ୱାଧୀନତା ଦିବସରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ପ୍ରଭାବିତ ହୋଇ ନାହିଁ। ଏଥର ସ୍ବାଧୀନତା ଦିବସ ଅବସରରେ ଜାମ୍ମୁ କାଶ୍ମୀରରେ ଶାନ୍ତି…

ଛତିଶଗଡରେ ସାମିଲ୍‌ ହେଲା ଆଉ ୪ ଜିଲ୍ଲା ଓ ୧୮ଟି ତହସିଲ

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସରେ ଜନସାଧାରଣଙ୍କୁ ଅଭିଭାଷଣ ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ରାଜ୍ୟରେ ଆଉ ଚାରୋଟି ନୂତନ ଜିଲ୍ଲା ଏବଂ ୧୮ ଟି ନୂଆ ତହସିଲ ସାମିଲ୍‌ ହେବା ନେଇ ଘୋଷଣା କରିଛନ୍ତି। ନୂତନ ଜିଲ୍ଲାଗୁଡ଼ିକ…

କାଲିଠୁ ସର୍ବସାଧାରଣ ଦର୍ଶନ, ଆଜି ଶ୍ରୀମନ୍ଦିରକୁ କରାଗଲା ସାନିଟାଇଜ୍

ପୁରୀ: କାଲିଠୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସାଧାରଣ ଭକ୍ତ । ପୁରୀ ସହର ବାସୀ ଶ୍ରଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ତାପୂର୍ବରୁ ଆଜି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ସିଂହଦ୍ୱାର ପରିସରକୁ ସମ୍ପୂର୍ଣ୍ଣ…

ଜାତିଭିତ୍ତିକ ବିବାଦୀୟ ମନ୍ତବ୍ୟ ଦେଇ ଅଭିନେତ୍ରୀ ଗିରଫ

ଥିରୁବନନ୍ତପୁରମ୍: ଗିରଫ ହେଲେ ତାମିଲ ଅଭିନେତ୍ରୀ ମୀରା ମିତୁନ। ସୋସିଆଲ ମିଡିଆରେ ଜାତିଗତ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ। ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର୍‌ ହୋଇଥିଲା। ମୀରାଙ୍କୁ ତାମିଲନାଡୁ ପୋଲିସର ସାଇବର କ୍ରାଇମ ୱିଙ୍ଗ ଗିରଫ କରିଥିବା ସୂଚନା ମିଳିଛି। ଅଗଷ୍ଟ ୧୨ରେ ପୋଲିସ…