Latest Odisha News

BREAKING NEWS

ଭଦ୍ରକରେ ନିଜ ନବଜାତ ପୁତ୍ର ସନ୍ତାନକୁ ହତ୍ୟା କରି ପୋଲିସ ଦ୍ୱାରା ବାପା ଗିରଫ

ଭଦ୍ରକ: ଭଦ୍ରକ ସହରରେ ଏକ ଅଭାବନୀୟ ଘଟଣା ଘଟି ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଜର ଏକମାସର ପୁତ୍ର ସନ୍ତାନକୁ ମାରିଦେଇ ଗାତରେ ପୋତିଦେବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଏହି ହତ୍ୟାକାଣ୍ଡରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହରର ଗେଲଟୁଆ ନ୍ୟୁ କଲୋନୀର ଜଣେ ବ୍ୟକ୍ତିକୁ…

ବିରଳ ବନ୍ୟପ୍ରାଣୀଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର: ବିହାରର କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲ୍ଲାରେ ରହିଛି କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ । ଏହା ବିହାର ରାଜ୍ୟର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ପାଖାପାଖି ୧୩୪୨ ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ। ଏହି ଅଭୟାରଣ୍ୟରେ…

ବାଲେଶ୍ୱରରେ ବୁଡ଼ିଗଲା ଡ଼ଙ୍ଗା; ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ବାଲେଶ୍ୱର: ‘ଓଡ଼ିଆରଏଫ’ କର୍ମୀଙ୍କ କଠିନ ପରିଶ୍ରମ ତଥା ଉଦ୍ୟମ ଯୋଗୁଁ ସୋମବାର ଦିନ ୨୦ ଜଣ ବ୍ୟକ୍ତି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ବାଲେଶ୍ୱର ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ଏକ ଡ଼ଙ୍ଗା ବୁଡ଼ିଯାଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜାଣି ଓଡ଼ିଆରଏଫ କର୍ମୀ ଯାତ୍ରୀମାନଙ୍କୁ…

ବେଆଇନ୍ କିଡ଼ନୀ ପ୍ରତ୍ୟାରୋପଣ: ଆପୋଲୋ ହସ୍ପିଟାଲ୍ସର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ‘ଏନଏଚଆରସିି’ର ନିର୍ଦ୍ଦେଶ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ସରେ ବେଆଇନ୍ ଭାବେ କିଡ଼ନୀ ପ୍ରତ୍ୟାରୋପଣ ହେଉଥିବା ଅଭିଯୋଗରେ ଏହି ଘରୋଇ ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରବିବାର ଦିନ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି । ଏନେଇ ଏକ ନୋଟିସରେ ଉଲ୍ଲେଖ ରହିଛି…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିବା ନେଇ ସୂଚନା ମିଳିଛି । ସେ  ଦୀର୍ଘଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କ…

ଗପ ସବୁଠି ଥାଏ, ଲେଖିପାରିଲେ ହେଲା: ଅଧ୍ୟାପକ ବିଶ୍ୱରଂଜନ

ବିଦ୍ୟାଧର ପଣ୍ଡାଙ୍କ ‘ପ୍ରଥମ ପ୍ରେମ’ ଓ ‘ତଲାସ’ ଲୋକାର୍ପିତ ଭୁବନେଶ୍ୱର ୭/୯: ଗପ ସବୁଠି ଥାଏ, ଦେଖିପାରିଲେ ହେଲା, ଲେଖିପାରିଲେ ହେଲା । ତୂଳୀତଳ୍ପ ଶଯ୍ୟାରେ ଶୋଇ, ଗଗନଶ୍ଚୁମ୍ଭୀ ପ୍ରାସାଦରେ ବସି କବିତା ଲେଖାଯାଇପାରେ, ମାତ୍ର ଗଳ୍ପ ନୁହେଁ। ଗଳ୍ପ ଲେଖିବା ପାଇଁ ଜୀବନର ସୁଖ-ଦୁଃଖ,…

ପ୍ରତିଭା ରାୟଙ୍କ ନୂଆ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ : କିଏ ପ୍ରେରକ? କିଏ ପ୍ରାପକ?

ଭୁବନେଶ୍ୱର: ରବିବାର ସଂଧ୍ୟା । ବାହାରେ ବେହେଲା ବଜାଉଥିଲା ବର୍ଷା । ପୋଲିସ ଭବନର ଭବ୍ୟ ପ୍ରେକ୍ଷାଳୟରେ ଲାଗିଥିଲା ଭିଡ଼ । ଓଡ଼ିଶାର ନାମୀଦାମୀ ଦିଗ୍‍ଗଜ ଲେଖକ-ଲେଖିକା ଖୁନ୍ଦି ହେଇଥିଲେ ହଲ୍‍ ସାରା । ଏପରି ଏକ ସଂଭ୍ରାନ୍ତ ଓ ସଲଜ୍ଜ ପରିବେଶରେ ଲୋକାର୍ପିତ ହେବାକୁ ଥିଲା ଜ୍ଞାନପୀଠ ବିଜୟିନୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୯-୦୯-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୯ ରିଖ ସୋମବାର ସିଂହ ୨୪ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ…

ମିଳିଲା ‘ଲ୍ୟାଣ୍ଡର ବିକ୍ରମ’ର ସନ୍ଧାନ: ଇସ୍ରୋ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ମିଶନ ଚନ୍ଦ୍ରଯାନ-୨ର ସଫଳତା ନେଇ ସାମାନ୍ୟ ଆଶା ଦେଖାଯାଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ…

ଇସ୍ରୋକୁ ନେଇ ଟ୍ୱିଟ କଲେ ଅନୁଷ୍କା, ମୋଦି ରଖିଲେ ଏଭଳି ପ୍ରତକ୍ରିୟା

ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ, କୌଶଳ ଓ କଠିନ ପରିଶ୍ରମ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ୱାରା ପ୍ରେରିତ ଚନ୍ଦ୍ରାୟାଣ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର ୨ କିମି ପୂର୍ବରୁ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗତକାଲି ମଉଳି…