Latest Odisha News

ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ବିସର୍ଜିତ ହେଲା

ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ଆଜି ବିସର୍ଜନ କରାଗଲା । ଆଜି ପୁରୀରେ ବାଜପେୟୀଙ୍କ ଅସ୍ଥିକଳସ ପହଞ୍ଚିବା ପରେ ହଜାର ହଜାର ଲୋକ ଅସ୍ଥି କଳସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ହଜାର ହଜାର ଲୋକଙ୍କ ସମାଗମରେ ସମୁଦ୍ରକୂଳ…

ପାରାଦୀପ: ତୃତୀୟ ଦିନରେ ପହଞ୍ଚିଲା ଲୋଡ଼ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦୀପ : ପାରାଦୀପ ବନ୍ଦରରେ ଲୋଡ଼ର ଅପରେଟର ଓ ହେଲପରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜି ତିନିଦିନରେ ପହଞ୍ଚିଲା । ଏହି ଆନ୍ଦୋଳନ ଫଳରେ ପାରାଦୀପ ବନ୍ଦରର ପଣ୍ୟ କାରବାର କେତେକାଂଶରେ ବାଧାପ୍ରାପ୍ତ ହୋଇଛି । ଏହି ଆନ୍ଦୋଳନ ଜାରି ରହିଥିବା ଯୋଗୁଁ ଷ୍ଟିଭେଡ଼ୋରିଂ କମ୍ପାନୀ ପ୍ରାୟ ୬ଶହରୁ…

ଆରପାରିରେ ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାର

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ କୁଳଦୀପ ନାୟାର ୯୫ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ସେ ଏକାଧାରାରେ ଥିଲେ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ, ଉଚ୍ଚକୋଟିର ସ୍ତମ୍ଭକାର ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ମଧ୍ୟ । ନୂୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ…

ଓଡିଶା ଉପକୂଳରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ହେବାର ଆଶଙ୍କା ରହିଥିବାବେଳେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ।…

ପାରାଦୀପ: ‘ଜମିହରା କୃଷକ ଏକତା ମଞ୍ଚ’ ଦ୍ୱାରା ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତା ଅବରୋଧ

ପାରାଦୀପ : ଜମିହରାମାନଙ୍କୁ କମ୍ପାନୀରେ ନିଯୁକ୍ତି ଦାବୀ କରି ପାରଦୀପ ବନ୍ଦର ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ‘ଜମିହରା କୃଷକ ଏକତା ମଞ୍ଚ’ । ଏକତା ମଞ୍ଚ ଜମିହରା ମାନଙ୍କୁ କମ୍ପାନୀରେ ସ୍ଥାୟି ନିଯୁକ୍ତି ଦାବିକରି ଆନ୍ଦୋଳନ କରିଛନ୍ତି | ଦିର୍ଘଦିନ…

ଯୌତୁକଜନିତ ହତ୍ୟା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ଯୌତୁକ ଜନିତ ହତ୍ୟା ଘଟଣାରେ ସମ୍ପର୍କୀୟଙ୍କ ସଂପୃକ୍ତି ନେଇ ସ୍ପଷ୍ଟ ପ୍ରମାଣ ନଥିଲେ ସେମାନଙ୍କ ବିରୋଧରେ କୌଣସି ଏତଲା ହୋଇପାରିବ ନାହିଁ ବୋଲି ଆଜି ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ଦ୍ୱାରା…

ଗ୍ୟାଙ୍ଗଷ୍ଟର୍ ଟିଟୋର ଆଉ ଜଣେ ସହଯୋଗୀକୁ ଧରିଲା କ୍ରାଇମ୍ ବ୍ରାଞ୍ଚ ପୋଲିସ

କେନ୍ଦ୍ରାପଡ଼ା: ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍ ସୟେଦ ଉସମାନ ଅଲ୍ଲୀ ଓରଫ ଟିଟୋର ଆଉଜଣେ ସହଯୋଗୀ ସରୋଜ ପତିକୁ ଧରିଛି । ଗତ କାଲି ରାତିରେ ସ୍ପେସାଲ ଟାସ୍କ ଫୋର୍ସର ଏକ ଟିମ ସରୋଜକୁ କେନ୍ଦ୍ରାପଡ଼ା ଘରୁ ଗିରଫ କରିବାରେ ସକ୍ଷମ ହୋଇଛି ।…

ସମ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ଭିତ୍ତିକ କର୍ମଶାଳା: ରୋଗ ସଂକ୍ରମଣ ରୋକିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର, ୨୨/୮: ଅସୁସ୍ଥ ଅବସ୍ଥାରେ ରୋଗୀଟି ଡାକ୍ତରଖାନାରେ ଭର୍ତ୍ତି ହେବା ଦିନ ଠାରୁ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ତା’ର ସ୍ୱାସ୍ଥ୍ୟର ଯତ୍ନ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି । ରୋଗୀଟି ଯେଭଳି କୋ÷ଣସି ପ୍ରକାର ସଂକ୍ରମଣର ଶିକାର ନ ହୁଏ ସେ ଦିଗରେ ମଧ୍ୟ ଦୃଷ୍ଟି ଦେବା ଜରୁରୀ ।…

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଦେବୁ…

ଏସୀୟ କ୍ରୀଡ଼ା: ୨୬ଟି ଗୋଲ୍ ଦେଇ ବିଶ୍ୱହକିରେ ଇତିହାସ ରଚିଲା ଭାରତ !

ଜାକର୍ତ୍ତା : କେବଳ ଏସୀୟ କ୍ରୀଡ଼ାରେ ନୁହେଁ, ବରଂ ବିଶ୍ୱ ହକିରେ ଇତିହାସ ରଚିଲା ଭାରତୀୟ ହକି ଦଳ । ଆଜି ଏସିଆନ ଗେମ୍ସର ହକି ମ୍ୟାଚରେ ଭାରତୀୟ ଦଳ ହକଂକଙ୍ଗ ଚାଇନାକୁ ୨୬-୦ ଗୋଲରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିପାରିଛି । ଭାରତୀୟ ଦଳ ପ୍ରତିପକ୍ଷ ଟିମ୍ କୁ ୨୬ଟି ଗୋଲ୍ ଦେଇ…