କିଏ ସିଏ?
କିଏ ସିଏ?
ସୋନାଲି ପଣ୍ଡା
କିଏ ସିଏ?
କାହାର ଏ ମୁହଁ
ଅଧାଗଢ଼ା; ଅଧାଭଙ୍ଗା ଦର୍ପଣରେ ଦିଶେ
କାହାର ଏ ସ୍ୱର
ଛଳ ଛଳ ଓଠ ତଳେ ମେଘରଙ୍ଗ ଭାସେ
କାହାର ଏ ଆଖି
ଆଖି ନୁହେଁ, ଆଖି ପରି ଚିତ୍ର ହଳେ ଲାଗେ
କାହାର ଏ ପାଦ
ରୁଣୁଝୁଣୁ ପାଉଁଜିରେ ଜୀବନକୁ ଭୋଗେ
କାହାର ଏ ସ୍ୱପ୍ନ; ସ୍ୱପ୍ନ…