Latest Odisha News

BREAKING NEWS

ଦଳି ଦେଲା ଦନ୍ତା, ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡି ମାରିଲା

ଢ଼େଙ୍କାନାଳ: ପୁଣି ହାତୀ ଉପଦ୍ରବ । ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡି ମାରିଲା ଦନ୍ତା । ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ମଝିଖମଣ ଗାଁରେ । ମୃତକ ହେଉଛନ୍ତି ନେତ୍ରମଣି ସାହୁ । ସୂଚନାମୁତାବକ, ସ୍ବାମୀ ଓ ସ୍ତ୍ରୀ ବିଲକୁ ଯାଇଥିବା ବେଳେ ହାତୀ…

୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ଯାଞ୍ଚ ବେଳେ ଧରାପଡ଼ିଲେ ବେପାରୀ । ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ । ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ୩ ଜଣଙ୍କୁ ଗିରଫ କରି…

ବିପଦ ସଂକେତ ଛୁଇଁଲା ଜଳକା

ବାଲେଶ୍ୱର: ଫୁଲୁଛି ଜଳକା । ବଢ଼ୁଛି ଜଳକାର ଜଳସ୍ତର । ବିପଦ ସଂକେତ ଛୁଇଁଲା ଜଳକା ନଦୀ । ବାଲେଶ୍ୱର ବସ୍ତା ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଛୁଇଁଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏବେ ୫.୫ ମିଟରରେ ପ୍ରବାହିତ ହେଉଛି ଜଳକା ।…

ନଡ଼ିଆ କତା ବୋଝେଇ ଟ୍ରକରୁ ୭୦୦ କିଲୋ ଗଞ୍ଜେଇ ଜବତ

ଖୋର୍ଦ୍ଧା: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ବେଳେ ଧରିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ୭୦୦ ଶହ କିଲୋ ଗଞ୍ଜେଇ ଜବତ ହୋଇଛି । ଖୋର୍ଦ୍ଧା ନିକଟ ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରୁ ଚେକିଂ ବେଳେ ଗଞ୍ଜେଇ ଚୋରା ଚାଲାଣ ପର୍ଦ୍ଦାଫାସ ହୋଇଥିଲା । ଏହି…

ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଭିଜୁଛି ଓଡ଼ିଶା । ଏହାର ପ୍ରଭାବରେ ଉପକୁଳ ଓ ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ଧରି ବର୍ଷା ଜାରି ରହିଛି । ଆହୁରି ଦୁଇରୁ ତିନି ଦିନ ଏଭଳି ପାଗ ଲାଗି ରହିବ ଏବଂ ୧୨ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାଗୁଡିକ…

ଆର୍ମି ହସ୍ପିଟାଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆର୍ମି ହସ୍ପିଟାଲକୁ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ୱାଲ୍ଟର ରିଡ୍ ଆର୍ମି ମେଡିକାଲ ସେଂଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ…

ଲଢ଼ିଲେ ଧୋନି, ଜିତାଇ ପାରିଲେନି: ୭ ରନରେ ହାଇଦ୍ରାବାଦଠୁ ହାରିଲା ଚେନ୍ନାଇ

ଦୁବାଇ: ଆଇପିଏଲରେ ଜାରି ରହିଛି ଚେନ୍ନାଇ ସୁପରକିଙ୍ଗସର ପରାଜୟ ଧାରା । ପ୍ରଥମ ବିଜୟ ପରେ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରି ଚାଲିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ସନରାଇଜର୍ସ ହାଇଦ୍ରାବାଦଠାରୁ ୭ ରନରେ ହାରିଛି ଚେନ୍ନାଇ । ଧୋନି ଅପରାଜିତ ୪୭ ରନ୍ ହାସଲ କରିଛନ୍ତି ।…

ହଥରସ କେସ: ଯୋଗୀ ସରକାରକୁ ଦଳ ଭିତରୁ ବିରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତୀବ୍ର ହୋଇଛି । ଟାର୍ଗେଟରେ ଉତ୍ତରପ୍ରଦେଶ ସରକାର । ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା ବେଳେ ଦଳ ଭିତରୁ ବି କିଛି ନେତା ଟାର୍ଗେଟ କଲେଣି ।…

ଶରଦଶଶୀ : ପିଲାଙ୍କ ତୂଳୀରୁ ….

ସ୍ୱସ୍ତି ମିଶ୍ର, ଷ୍ଟାଣ୍ଡାର୍ଡ-୯ , ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ ଇପ୍ସା ତ୍ରିପାଠୀ, ଷ୍ଟାଣ୍ଡାର୍ଡ -୧୨, ୟୁନିଟ -୮ ଡିଏଭି ସ୍କୁଲ ଆଦର୍ଶ ଅନୁରାଗ ହୋତା ଅପର କେଜି, ବିଜେବି ଇଂରାଜୀ ମାଧ୍ୟମ ସ୍କୁଲ ଅଭିଷେକ, ଷ୍ଟାଣ୍ଡାର୍ଡ -୨, ଡିଏଭି କଳିଙ୍ଗ ନଗର

ଭେଣ୍ଟିଲେଟରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଛି ଚିକିତ୍ସା । ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍…