Latest Odisha News

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଲଣ୍ଡନ: ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରି ପାକିସ୍ତାନ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ୨୩୬/୬ ସ୍କୋର ଜବାବରେ ପାକିସ୍ତାନ ୪୯.୧ ଓଭରରେ ୪ ୱିକେଟ ବିନିମୟରେ ୨୪୧ ରନ କରି ବିଜୟ ହାସଲ କରିଛି । ପାକିସ୍ତାନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୭-୦୬-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୭ ରିଖ ଗୁରୁବାର ବାର ମିଥୁନ ୧୩ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ…

କାଳିଆ ଯୋଜନା: ସନ୍ତୋଷଜନକ ଉତ୍ତର ନ’ପାଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବୁଧବାର ଦିନ କାଳିଆ ଯୋଜନାକୁ ନେଇ ମନ୍ତ୍ରୀଙ୍କ ଉତ୍ତର ସନ୍ତୁଷ୍ଟ କରିପାରିନଥିଲା ବିରୋଧୀ ସଦସ୍ୟଙ୍କୁ । ଏହାକୁ ନେଇ ଗୃହରେ କିଛି ସମୟ ଲାଗି ପାଟିଗୋଳ ହୋଇଥିବାର ଦେଖାଯାଇଥିଲା । ରାଜ୍ୟ କୃଷି ମନ୍ତ୍ରୀ କାଳିଆ ଯୋଜନାକୁ ନେଇ ଉତଥାପନ ହୋଇଥିବା ଏକ ପ୍ରଶ୍ନର…

ରାଜ୍ୟସଭା ଉପ ନିର୍ବାଚନ: କାଏମ ରହିଲା ଅମର, ଅଶ୍ୱିନୀ ଓ ସସ୍ମିତଙ୍କ ପ୍ରାର୍ଥୀପତ୍ର

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ଲାଗି ଶାସକ ବିଜେଡ଼ି ଓ ବିଜେପି ପକ୍ଷରୁ ଯେଉଁ ତିନିଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ତାହା ଯାଞ୍ଚ ପରେ କାଏମ ରହିଛି । ଓଡ଼ିଶାରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥିଲାଗି…

କାଳବୈଶାଖୀ ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ରାୟଗଡା, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, ମଳାହାଣ୍ଡି ଓ ବରଗଡ…

ଜୁନ୍ ୩୦ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର: ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନ୍ର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ…

ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଏଜବାଷ୍ଟନ: ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପାଇବାକୁ ପାକିସ୍ତାନ ଦଳ ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଜିତିବା ଲାଗି ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରୁଛି । କିୱି କ୍ୟାପଟେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି…

ଗୀତ ଗାଇ ଧମାଲ୍ କଲେ ଏସପି ସାରା ଶର୍ମା, ଦେଖନ୍ତୁ ଭିଡିଓ

ପାରଳାଖେମୁଣ୍ଡି : ଗଜପତି ଏସପି ସାରା ଶର୍ମା ମହିଳା ସଶକ୍ତିକରଣ ଉପରେ ଏକ ଚମତ୍କାର ଗୀତ ଗାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । https://youtu.be/_TkNikMPDIM ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ ଏସପି କହିଛନ୍ତି, ମହିଳା ତଥା…

ଗାଁ ଓ ଗପ

ଗାଁ ଓ ଗପ ଜ୍ୟୋତି ପ୍ରକାଶ ମହାପାତ୍ର ଜେଜେମା ଥିବ । ସଂଜ ନଇଁ ଆସୁଥିବ । ବହଳିଆ ଅନ୍ଧାର ଘୋଡେ଼ଇ ଆଣୁଥିବ ଗାଁକୁ । ନଈ ପଠାରୁ କୁହୁଡ଼ି ରକମ ଧୂଆଁ ଢାଙ୍କି ଦେଉଥିବ । ଆଉ ସେଇଠି ଖଞ୍ଜା ଘର ମଝିରେ ଥିବ ଚୂଲିଟେ । ତିଆରି ଚାଲିଥିବ ଚକୁଳି ଆଉ କେତେ ରକମର ପିଠା । ଜେଜେମା ପଣତ ଭିତରେ ପଶି…

ରଥଯାତ୍ରା ଲାଗି ପୁରୀକୁ ଗଡିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଆସନ୍ତା ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଲାଗି ୧୯୪ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି ଇଷ୍ଟ କୋଷ୍ଟ ରେଲୱେ । ଏହି ସ୍ପେଶାଲ ଟ୍ରେନ୍ ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, କେନ୍ଦୁଝର,…