Latest Odisha News

BREAKING NEWS

ଭାରତ ସହ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମବାଦ: ଭାରତ ସହିତ ବାଣିଜ୍ୟ ସମସ୍ତଙ୍କ ପାଇଁ ଲାଭ ଦାୟକ । ବିଶେଷ ଭାବରେ ପାକିସ୍ତାନ ପାଇଁ, ମୁଁ ଏହାକୁ ସମର୍ଥନ କରୁଛି । ଏଭଳି କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପଦେଷ୍ଟା ଅବଦୁଲ ରଜାକ ଦାଉଦ ।

‘ଡନ୍ ନ୍ୟୁଜ’ ରିପୋର୍ଟ ଅନୁସାରେ ଦାଉଦ କହିଛନ୍ତି ଭାରତ ସହିତ ବାଣିଜ୍ୟ କରିବା ଆବଶ୍ୟକ । ଆମେ ଭାରତ ସହିତ ବାଣିଜ୍ୟ କରିବାକୁ ଚାହୁଁଛୁ ।
ଆଜିକାଲି ପାକିସ୍ତାନ ଏକ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ପୁଣିଥରେ ଭାରତ ସହ ବାଣିଜ୍ୟ କରିବାକୁ ମନ ବଳାଇଛି ।

ଭାରତ ସରକାର ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ସ୍ଥିତି ପ୍ରତ୍ୟାହାର କରିନେଲେ । ତେଣୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଭାରତ ସହ ବାଣିଜ୍ୟ କରିବାକୁ ମନ ବଳାଇଛି । ଦାଉଦଙ୍କ ଏହି ବିବୃତ୍ତି ପରେ ପାକିସ୍ତାନ-ଭାରତ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କର ଆଂଶିକ ଖୋଲିବାର ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.