Latest Odisha News

BREAKING NEWS

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଚାରା ଘୋଟାଲା ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ସିବିଆଇ ସ୍ୱତନ୍ତ୍ର ଅଦାଲତ । ଏହି ଘୋଟାଲା ମାମଲାରେ ଡରୋଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହଡପ ମାମଲାରେ ଲାଲୁଙ୍କ ସମେତ ୩୮ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସିବିଆଇର ସ୍ୱତନ୍ତ୍ର ଓକିଲ ବିଏମପି ସିଂ କହିଛନ୍ତି ଯେ ୩୮ ଜଣ ଦୋଷୀଙ୍କ ମଧ୍ୟରୁ ୩୫ ଜଣ ବିର୍ସା ମୁଣ୍ଡା ଜେଲରେ ଅଛନ୍ତି । ଲାଲୁ ପ୍ରସାଦ ଯାଦବଙ୍କ ସମେତ ତିନିଜଣ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ସିବିଆଇ ମୋଟ୍ ୧୭୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ସେପ୍ଟେମ୍ବର ୨୬, ୨୦୦୫ରେ ୧୪୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ୪ଟି ଭିନ୍ନ ଭିନ୍ନ ଚୋରା ଚାଲାଣ ମାମଲାରେ ୧୪ ବର୍ଷ ଦଣ୍ଡିତ ହୋଇଥିବା ଲାଲୁ ପ୍ରସା ଦ ଯାଦବଙ୍କ ସମେତ ୯୯ ଜଣଙ୍କ ବିରୋଧରେ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜାନୁଆରୀ ୧୯ରେ କୋର୍ଟ ଏହାର ରାୟ ଶୁଣାଣି କରିଥିଲେ ।

Comments are closed, but trackbacks and pingbacks are open.