Latest Odisha News

BREAKING NEWS

ସେମି ଫାଇନାଲ ପ୍ରବେଶ ପାଇଁ ପାକିସ୍ତାନ ନିକଟରେ ରହିବ ପ୍ରାୟତଃ ଅସମ୍ଭବ ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟକୁ ଗତି କରିଛି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆଉ ଗୋଟିଏ ଟିମର ଆବଶ୍ୟକତା ରହିଛି । ଗୁରୁବାର ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ପ୍ରାୟତଃ ସେମିଫାଇନାଲରେ ପ୍ରବେଶ କରିସାରିଛି । ତେବେ ପାକିସ୍ତାନର କିଛି ମାତ୍ରାର ଆଶା ରହିଥିବାରୁ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ନ୍ୟୁଜିଲାଣ୍ଡ ଏବେ ୧୦ ପଂଏଟ ହାସଲ କରିସାରିଛି । ପାକିସ୍ତାନକୁ ଏଥିପାଇଁ ଇଂଲଣ୍ଡକୁ ହରାଇବାକୁ ପଡିବ । ନ୍ୟୁଜିଲାଣ୍ଡ ରନରେଟ ପାକିସ୍ତାନ ଟିମ ତୁଳନାରେ ଭଲ ଥିବାରୁ ଏହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

ପାକିସ୍ତାନକୁ ୨୮୭ ରନ ବ୍ୟବଧାନରେ ଏଥିପାଇଁ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାକୁ ପଡିବ । ଯାହାକି କିଛି ମାତ୍ରାରେ ସମ୍ଭବ । ଏଥିପାଇଁ ପାକିସ୍ତାନକୁ ୪୦୦ ରନ କରିବାକୁ ପଡିବ ଏବଂ ଇଂଲଣ୍ଡକୁ ୧୧୨ ରନ ଭିତରେ ସୀମିତ ରଖିବାକୁ ପଡିବ । ଅପରପକ୍ଷରେ ଚେଜ କଲା ବେଳେ ୨୮୪ ବଲ ବ୍ୟବଧାନରେ ଜିତିବାକୁ ପଡିବ ଯାହାକି ସମ୍ଭବ ନୁହେଁ । ଯଦି ଏହା ନ ହୁଏ ତେବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.