Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଲୋକମାନଙ୍କ ସମସ୍ୟାର ସମାଧାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜ଼ିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟ ସରକାରଙ୍କର ସବୁ ବିଭାଗ ପ୍ରତେକ ପଂଚାୟତ ସ୍ତରରେ ପହଂଚି ଲୋକ ମାନଙ୍କର ପ୍ରତି ସମସ୍ୟାକୁ ବୁଝି ତାହାକୁ ସମାଧାନ କରିବା । ଏହାକୁ ପ୍ରଥମେ କେନ୍ଦ୍ରାପଡ଼ା ଜ଼ିଲ୍ଲାପାଳ ଅମ୍ରିତ ରୁତୁରାଜ ଆରମ୍ଭ କରିଥିବାରୁ ସମଗ୍ର କେନ୍ଦ୍ରାପଡ଼ା ଜ଼ିଲ୍ଲାବାସି ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି ।

ପ୍ରତି ସୋମବାର ଦିନ ପ୍ରତେକ ବ୍ଲକର ଏକ ଗୋଟି ପଂଚାୟତରେ ଏହି କାର୍ଯ୍ୟକ୍ରମ କରାଯାଉଅଛି । ପ୍ରଶାସନ ନିଜେ ଲୋକ ମାନଙ୍କ ପାଖରେ ପହଂଚି ଲୋକମାନଙ୍କର ସମସ୍ୟା କୁ ସମାଧାନ କରିବା । ମାଗଣା ସ୍ୱାସ୍ଥ୍ୟ ଶିବିର, ଆଧାର ପଞ୍ଜିକରଣ, ପଶୁ ଚିକିତ୍ସା ଶିବିର,ଶ୍ରମିକ ମାନଙ୍କର ନାମ ପଞ୍ଜିକରଣ  ଓ  ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ପ୍ରତେକ ବ୍ଲକର ବିଡିଓ ଓ ତହସିଲଦାର ନିଜ ନିଜ ପଂଚାୟତ ସ୍ତରରେ ସବୁ ବିଭାଗର କର୍ମଚାରୀ  ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.