Latest Odisha News

BREAKING NEWS

ଦୁଇବର୍ଷ ପରେ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନ ପାଇଁ ବାଜିଲା ବିଗୁଲ

ପାରାଦୀପ: ଦୁଇବର୍ଷ ପରେ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନର ବିଗୁଲ ବାଜିଛି। ଯାହାକୁ ନେଇ ବିଭିନ୍ନ ଟ୍ରେଡ଼ ୟୁନିୟନ ତରଫରୁ ଟ୍ରଷ୍ଟି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ନିର୍ଦ୍ଧାରିତ ସମୟ ଭିତରେ 6 ଗୋଟି ଟ୍ରେଡ଼ ୟୁନିୟନର ପ୍ରାର୍ଥୀମାନେ ନିଜ ନିଜର ସମର୍ଥକ ମାନଙ୍କୁ ସାଥିରେ ଧରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପାରାଦୀପ ପୋର୍ଟ ଶ୍ରମିକ ସଙ୍ଘ ତରଫରୁ ମହେଶ୍ୱର ସୋରେନ, ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନ ତରଫରୁ ନୃସିଂହ ଚରଣ ଶତପଥୀ, ପାରାଦୀପ ବନ୍ଦର ଶ୍ରମିକ ୟୁନିୟନ ତରଫରୁ ଅଜୟ ବେହେରା, ପାରାଦୀପ ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ତରଫରୁ ସୁନୀଲ କାନ୍ତ ଦାସ,ଭାରତୀୟ ବନ୍ଦର ମଜଦୁର ସଙ୍ଘ ତରଫରୁ ଶ୍ରୀକାନ୍ତ ରାୟ ଏବଂ ପାରାଦୀପ ପୋର୍ଟ ଡ଼କ ଆଣ୍ଡ କନଷ୍ଟ୍ରକସନ ୱାର୍କର୍ସ ୟୁନିୟନ ତରଫରୁ ସୁକାନ୍ତ କୁମାର ପାଣିଗ୍ରାହୀ ଶ୍ରମିକ ଟ୍ରଷ୍ଟି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l

Leave A Reply

Your email address will not be published.