Latest Odisha News

BREAKING NEWS

୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଡିଲରଙ୍କ ବିକ୍ଷୋଭ

ଯାଜପୁର: ଯୋଗାଣ ବିଭାଗ ଅଧିନରେ କାର୍ଯ୍ୟରତ ଡିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୯ ଦଫା ଦାବି ପୂରଣ ନେଇ ଡିଲର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଡିଲରମାନଙ୍କୁ ମିଳୁଥିବା କମିଶନ ବୃଦ୍ଧି କରିବା, ଯୋଗାଣ ସାମଗ୍ରୀ ପରିବହନ ସମୟରେ କ୍ୱିଣ୍ଟାଲ ପ୍ରତି ୧ କେଜି ଭରଣା କରିବା, ସମସ୍ତ ଡିଲର ପଏଣ୍ଟରେ ଗ୍ୟାସ୍ ବଣ୍ଟନ କରିବା ପାଇଁ ଅନୁମତି ଆଦି ୯ ଦଫା ଦାବି ଉପସ୍ଥାପନ କରିଛି ଡିଲର ସଂଘ ।

ତୁରନ୍ତ ଏହି ସବୁ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । କରୋନା ସମୟରେ ଡିଲର ମାନେ ଖାଉଟିଙ୍କୁ ଖାଦ୍ୟ ଯୋଗାଇ ଆସୁଥିବା ବେଳେ ଆଜି ସେମାନେ ଖାଦ୍ୟ ପାଉନଥିବା କହିଛନ୍ତି ଯାଜପୁର ଜିଲ୍ଲା ପିଡିଏସ ଡିଲର ବିତରକ ସଂଘ ସଭାପତି ବାସୁଦେବ ବେହେରା ।

Leave A Reply

Your email address will not be published.