Latest Odisha News

ନୂଆ ସଂସଦ ଭବନରେ ନୂଆ ଅଶୋକ ସ୍ତମ୍ଭର ଉନ୍ମୋଚନ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂତନ ସଂସଦ ଭବନ ଛାତରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିଛନ୍ତି । ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ନିର୍ମିତ ଅଟେ । ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର ହୋଇଥିବାବେଳେ, ଏହାର ଓଜନ ୯ ହଜାର ୫୦୦ କିଲୋଗ୍ରାମ ଅଟେ । ଆଠଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏହାକୁ ତିଆରି କରାଯାଇଛି ।

ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକର ଉନ୍ମୋଚନ ଅବସରରେ ବିଦ୍ଧି ଭାବରେ ପୂଜାର୍ଚ୍ଚନା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପବାଚସ୍ପତି ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ରହିଥିଲେ ।  ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ  ମୋଦି ଏହାକୁ ନିର୍ମାଣ କରିଥିବା ଶ୍ରମିକଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.