Latest Odisha News

BREAKING NEWS

ପିଏଫଆଇ ନେଇ ଇଡିର ବଡ ଖୁଲାସା, ପ୍ରଧାନମନ୍ତ୍ରୀ ବି ଥିଲେ ଟାର୍ଗେଟରେ

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ନେଇ ବଡ ଖୁଲାସା କରିଛି । ଚଳିତ ବର୍ଷ ଜୁଲାଇରେ ପାଟନାର ଏକ ରାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ନେଇ ପିଏଫଆଇ ଷଡଯନ୍ତ୍ର ରଚିଥିଲା । ଏଥିନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆ ଯାଇଥିଲା । ମୋଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ସେମାନଙ୍କ ନଜର ଥିଲା । ଏଥିନେଇ ବିଦେଶରୁ ମଧ୍ୟ ଫଣ୍ଡିଂ କରାଯାଉଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି । କେବଳ ପ୍ରଧାନମନ୍ତ୍ରୀ ଅନ୍ୟ କେତେଗୁଡିଏ ସ୍ଥାନରେ ଆକ୍ରମଣ ନେଇ ଟରର ମଡ୍ୟୁଲ ପ୍ରସ୍ତୁତ କରାଯାଉଥିଲା । ଏବେ କିଛି ଦିନ ମଧ୍ୟରେ ପିଏଫଆଇ ୧୨୦ କୋଟି ଟଙ୍କା ଯୋଗାଡ କରି ସାରିଥିଲା ।

ଯାହାକି ଏକ ଚିନ୍ତାର ବିଷୟ । ଏହା ବ୍ୟବହାର ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ କରାଯାଉଥିଲା । ଦିଲ୍ଲୀ ହିଂସା ଓ ହାଥରସ ଦଙ୍ଗାରେ ମଧ୍ୟ ଏ ନେଇ ଅର୍ଥ ଯୋଗାଇଥିଲା ପିଏଫଆଇ । ଏନଆଇଏ ପିଏଫଆଇ ବିରାଧରେ ଚଳାଇଥିବା ଅପରେଶନର ନାମ ଅକ୍ଟୋପସ ରଖାଯାଇଛି । ୨୨ ସେପ୍ଟମ୍ବରରେ ୧୧ ରାଜ୍ୟରେ ଚଢ଼ାଉ କରାଯାଇ ୧୦୬ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.