Latest Odisha News

BREAKING NEWS

ହୁତୁହୁତୁ ହୋଇ ଜଳିଗଲା ଫିନାଇଲ ତିଆରି ଫ୍ୟାକ୍ଟ୍ରି; ୨ଘଣ୍ଟା ପରିଶ୍ରମ ପରେ ନିଆଁ ହେଲା ଆୟତ୍ତ

ସୁନ୍ଦରଗଡ:ଜଳିଗଲା ଫିନାଇଲ ତିଆରି ଫ୍ୟାକ୍ଟ୍ରି । ରବିବାର ସକାଳ ପ୍ରାୟ ୮ଟା ସମୟରେ ରାଜଗାଙ୍ଗପୁର ବାଇପାସ ଲମଲୋଇ ରାସ୍ତା ପାର୍ଶ୍ୱରେ ଥିବା ଶ୍ରୀ ଶ୍ୟାମ ଇଣ୍ଟରପ୍ରାଇଜ ନାମକ ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହାପରେ ଫ୍ୟାକ୍ଟ୍ରିରେ ଥିବା କେମିକାଲ ଓ ପ୍ଲାଷ୍ଟିକ୍ କାରଣରୁ ନିଆଁ ଭୟଙ୍କର ରୂପ ନେଇଥିଲା। । ଫଳରେ ଲକ୍ଷାଧିକ ଟଙ୍କାର କେମିକାଲ ଓ ଅନ୍ୟାନ୍ୟ ସମଗ୍ରୀ ପୋଡି ପାଉଁଶ ହୋଇଗଲା ।

ଖବରପାଇବା ପରେ ପୋଲିସ,ରାଜଗାଙ୍ଗପୁର,କୁତ୍ରା ଓ ସ୍ଥାନୀୟ ଏକ ସିମେଣ୍ଟ କାରଖାନାର ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ ।

କାରଖାନାରେ କଞ୍ଚାମାଲ ରୂପେ ବିଭିନ୍ନ ଜ୍ବଳନଶୀଳ କେମିକାଲରେ ନିଆଁ ଲାଗିଥିବା ଯୋଗୁଁ ଏହାକୁ ଆୟତ୍ତ କରିବାରେ ସମୟ ଲାଗିଥିଲା।

ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରଯାଉଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ।

Leave A Reply

Your email address will not be published.