Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥ. ସ୍ୱୟଂ ସତ, ଚିତ୍ତ, ଆନନ୍ଦ ସ୍ୱରୂପ ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱତଃ ଅନନ୍ତ, ଅନାଦି, ଆଦିମୂଳ, ସେ ବି ଲୀଳାମୟ, ରହସ୍ୟମୟ ଓ ଗୁଢତତ୍ତ୍ୱମୟ. ସେ ସ୍ୱୟମ୍ଭୁ ତଥା ସ୍ୱୟଂ ପ୍ରକାଶ ମଧ୍ୟ । ତଥାପି ସେ ଭାବବିନୋଦିଆ ଓ ସବୁ ଭାବକୁ ଗ୍ରହଣ କରୁଥିବାରୁ ଭାବଗ୍ରାହୀ ।

ଶାସ୍ତ୍ର କହେ “ନ କାଷ୍ଠେ ବିଦ୍ୟତେ ଦେବ, ପାଷାଣେ ନ ଚ ମୁର୍ଣ୍ମୟେ, ଭାବ ହି ବିଦ୍ୟତେ ଦେବ ଭାବଗ୍ରାହୀ ଜନାର୍ଦ୍ଦନ ।”

ଖାଲି ସେତିକି ନୁହେଁ ସେ ଆତ୍ମା ସ୍ୱରୂପରେ ନିରାକାର ପରଂବ୍ରହ୍ମ ହୋଇ ଵି ଭକ୍ତର ଭାବରେ ସଗୁଣ ସାକାର ଦାରୁବ୍ରହ୍ମ । ପୃଥିବୀର ସବୁ ବର୍ଣ୍ଣ , ସବୁ ଧର୍ମ, ସବୁ ଆଦର୍ଶ, ସବୁ ବିଶ୍ୱାସ ତଥା ସମସ୍ତ ଦର୍ଶନର ସମାହିତ ବିଗ୍ରହ । ଅନ୍ୟ ପ୍ରକାରେ କହିଲେ ସବୁବର୍ଣ୍ଣ , ଧର୍ମ, ଆଦର୍ଶ, ବିଶ୍ୱାସ, ତଥା ସମସ୍ତ ମତ ଓ ପଥ (ଦର୍ଶନ )ତାଙ୍କଠାରେ କେନ୍ଦ୍ରୀଭୂତ ହୋଇଛି । ତୁମ୍ଭର ଏହି ଅପୂର୍ବ ସ୍ଵଭାବକୁ ଅଜ୍ଞାନୀ ମନ୍ୟୁଷ ବା ବୁଝିବ କିପରି ?

ସେଥିପାଇଁ ହେ ପରମପୁରୁଷ, ହେ ସଚ୍ଚିଦାନନ୍ଦଘନ ତୁମକୁ ଆମ୍ଭେ ମୂଢ଼ମାନେ ଅବତାର ବିବେଚନା କରନ୍ତି, କିନ୍ତୁ ସକଳ ଅବତାର ଯେ ତୁମଠାରୁ ଉତ୍ପନ୍ନ ହୁଅନ୍ତି ଓ ତୁମଠାରେ ବିଲୀନ ହୁଅନ୍ତି । ଶାସ୍ତ୍ର କହେ “କୋଟି କୋଟି ଯେ ଅବତାର, ଜଗନ୍ନାଥ ଅଂଶୁ ବାହାର ।”

ଏବେ ଆସନ୍ତୁ ଏକ ପ୍ରାଣ ଏକ ମନରେ ଭଜନ୍ତୁ “ହେ ଜଗନ୍ନାଥ, ହେ କରୁଣା ସାଗର କୃପା କରି ବରଷୁ କରୁଣା, ସମୂଳେ ଧ୍ବଂସ ହେଉ ଭୁତାଣୁ କରୋନା । ଜୟ ଜଗନ୍ନାଥ

Leave A Reply

Your email address will not be published.