Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ପରଂବ୍ରହ୍ମ କାହିଁକି କହିବା? ଏହି ପ୍ରଶ୍ନର ଉତ୍ତରରେ କିଛି ନିର୍ଦ୍ଧିଷ୍ଟ ଗୁଣର ଉପସ୍ଥିତି ବିଷୟରେ ଆଜି ଆଲୋଚନା କରିବା ।

. ସ୍ୱୟଂମ୍ଭୁ -ସେ ନିଜେ ନିଜ କୁ ଜାତ କରାଇଛନ୍ତି, ତାଙ୍କୁ କେହି ଜନ୍ମ ଦେଇନି, ଅବା ସେ କାହାଠୁ ବା କେଉଁଥିରୁ ଜନ୍ମ ନୁହଁନ୍ତି ।
. ସୁକ୍ଷ୍ମରୂପୀ -ସେ ଏତେ ସୁକ୍ଷ୍ମ ଯେ ତାଙ୍କୁ କେବଳ ଅନୁଭବ କରିହୁଏ, ଛୁଇଁ ହୁଏନି, ଦେଖି ହୁଏନି, କି ଜାଣିବି ହୁଏନି । ସେ ଅତି ସୂକ୍ଷ୍ମାତି ସୁକ୍ଷ୍ମ ପରମାତ୍ମା ଅଟନ୍ତି (ଶ୍ରୀଜଗନ୍ନାଥ ଙ୍କସ୍ଥୁଳ ଦାରୁ ବ୍ରହ୍ମଙ୍କୁ ଏଠାରେ ବିଚାର କରାଯାଉନି )କେବଳ ଆତ୍ମ ସତ୍ତାକୁ ବିଚାର କରାଯାଉଛି ।
. ସର୍ବବ୍ୟାପୀ – ସାରା ସଂସାରରେ ଚେତନଶକ୍ତି ଆତ୍ମା ରୂପେ ସେ ବିରାଜିତ । କେବଳ ଜୀବ ଜଗତ ବା ଉଦ୍ଭିଦ ଜଗତ ନୁହେଁ ସମଗ୍ର ଜଡ଼ ଜଗତରେ ମଧ୍ୟ ତାଙ୍କ ସତ୍ତା ବିଦ୍ୟମାନ ।
. ସର୍ବଶକ୍ତିମାନ – ଯେଣୁ ସେ ସର୍ବ କର୍ମର କାରଣ ଓ କର୍ତ୍ତା, ତେଣୁ ସକଳ ଶକ୍ତିର ସେ ମୂଳ ଉତ୍ସ, ଅନ୍ୟ ଭାବରେ କହିଲେ ସେ ହିଁ ସର୍ବ ଶକ୍ତିମାନ ।
. ସର୍ବଜ୍ଞ -ସବୁର କର୍ତ୍ତା ଯିଏ, ସେହିଁ ସବୁ ବିଷୟର ଜ୍ଞାତା । କଥାରେ ଅଛି “କରି କରାଉଥାଏ ମୁହିଁ, ମୋବିନୁ ଅନ୍ୟ ଗତି ନାହିଁ “. କେବଳ ପ୍ରତ୍ୟେକ ଜ୍ଞାନର ଅଧିକାରୀ ହିଁ ଏହା କହି ପାରନ୍ତି । ସେ ସର୍ବଜ୍ଞ ହୋଇଥିବାରୁ ସକଳ କର୍ମର କାରଣ ରୂପେ ବିବେଚିତ । ସଂସାରର ପ୍ରତେକ କାର୍ଯ୍ୟ ତାଙ୍କ ଇଛାଧିନ ବା ସବୁ ତାଙ୍କରି ଇଛାରେ ପରିଚାଳିତ ।

୬ . ଅନାଦି, ଅନନ୍ତ ଓ ଅସୀମ – ତାଙ୍କର ଆଦି ଓ ଅନ୍ତ ଖୋଜି ପାଇବା ଅତ୍ୟନ୍ତ କଷ୍ଟ ତେଣୁ ସେ ଅନାଦି । ସାରା ବିଶ୍ୱବ୍ରହ୍ମlଣ୍ଡ ରେ ଯାହାର ବ୍ୟାପ୍ତି ସେ ନିଶ୍ଚିତ ଭାବରେ ଅନନ୍ତ । ତାଙ୍କୁ କେଉଁ ଏକ ନିର୍ଦ୍ଧିଷ୍ଟ ସୀମା ସରହଦ ମଧ୍ୟରେ ଆବଦ୍ଧ କରିହୁଏନି କାରଣ ସେ ଅସୀମ ।
. ଅବ୍ୟକ୍ତ -ଏହି କଥାଟି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ, କାରଣ ଯାହାଙ୍କୁ ଏତେ ଭାବରେ ଆମେ ବ୍ୟକ୍ତ କରୁଛୁ, ସେ ପୁଣି ଅବ୍ୟକ୍ତ କିପରି? ଏହାର ତାତ୍ୱିକ ଆଲୋଚନା ନକରି, ମୁଁ କେବଳ ଏତିକି କହିବି, ଯାହା ଆମେ ଆଲୋଚନା କରୁଛେ ତାହା ତାଙ୍କ ଲୀଳା ମାତ୍ର କିନ୍ତୁ ସର୍ବୋତୋ ଭାବେ ପରଂବ୍ରହ୍ମଙ୍କୁ ପ୍ରକାଶ କରିବା ଅତ୍ୟନ୍ତ କଠିନ ଓ ଅବ୍ୟକ୍ତ । ଆଜି ପର୍ଯ୍ୟନ୍ତ ଏହାକୁ ଅନୁଭବ କରିଥିବା ମହାନ ଯୋଗୀ ମୁନିମାନେ ମଧ୍ୟ ଏହି ମତ ପୋଷଣ କରନ୍ତ ।

ଆଜି ଏତିକି, ପରବର୍ତ୍ତୀ ସମୟରେ ଆହୁରି ଗୁଣ ଗାନ କରିବା । ବର୍ତ୍ତମାନ କିନ୍ତୁ ଓଡ଼ିଆ ଭାଗବତର ସେହି ପଦକୁ ମନେ ପକାଇବା

“ସୃଷ୍ଟି ଉଦୟେ ବ୍ରହ୍ମl ହୋଇ, ପାଳନେ ବିଷ୍ଣୁ ସେ ବୋଲାଇ I ସଂହାର କାଳେ ରୁଦ୍ର ରୂପେ, ସୁଖେ ଵିହରେ ମୋହ କଳ୍ପ ।”

ଜୟ ଜଗନ୍ନାଥ

Leave A Reply

Your email address will not be published.