Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର ମା ଲଷ୍ମୀଙ୍କ ମନ୍ଦିର ଉତ୍ତର ପାର୍ଶ୍ଵରେ ଥିବା ନବଗ୍ରହଙ୍କ ଦର୍ଶନ ସରିଛି। ଏବେ ଜାଣିବା ଏହାଙ୍କ ଦୈନିକ ପୂଜା ରୀତିନୀତି ଓ ବିଭିନ୍ନ ପର୍ବପର୍ବାଣୀ ବିଷୟରେ। ନବଗ୍ରହଙ୍କ ଦୈନଦିନ ନୀତି ମଧ୍ୟରେ ମଙ୍ଗଳ ଆଳତି, ମଇଲମ, ଅବକାଶ ବେଶ, ବଲ୍ଳଭ ଭୋଗ, ସନ୍ଧ୍ୟା ଆଳତି
ମଇଲମ, ବେଶ ଓ ଭୋଗ ହୋଇଥାଏ। ଯେହେତୁ ପ୍ରତ୍ୟେକ ଗ୍ରହଙ୍କ ପାଇଁ ସ୍ୱତନ୍ତ୍ର ପୂଜା ଓ ଧ୍ୟ୍ୟନ ବିଧି ରହିଛି। କୌଣସି ଶ୍ରଦ୍ଧାଳୁ ନିଜର ଯେଉଁ ଗ୍ରହଙ୍କ ଦୋଷ ନିବାରଣ କରିବାକୁ ଚାହୁଁଥାଏ, ସେହି ଗ୍ରହଙ୍କ ଶାନ୍ତି ବିଧାନ ନିମନ୍ତେ ସ୍ୱତନ୍ତ୍ର ପୂଜା, ଉପାସ ବ୍ରତ, ଓ ଗ୍ରହଶାନ୍ତି ହୋମ ଇତ୍ୟାଦି କରାଯାଇଥାଏ। ବିଭିନ୍ନ ତିଥିରେ ଯଥା ସଂକ୍ରାନ୍ତି, ମଙ୍ଗଳବାର ଓ ଶନିବାର ଦିନମାନଙ୍କରେ ଏହି ମନ୍ଦିରରେ ଭିଡ଼ ପରିଲକ୍ଷିତ ହୁଏ।
ବିଶେଷ ଭାବରେ ଶନି, ରବି, ବୁଧ, ଓ ବୃହସ୍ପତିଙ୍କ ଶାନ୍ତି ବିଧାନ ପାଇଁ ମଜଣା ଭୋଗ ଓ ସ୍ୱତନ୍ତ୍ର ତୈଳ ଦୀପ ଦାନର ବ୍ୟବସ୍ଥା କରାଯାଇଥାଏ। ସମୟ ସମୟରେ ରାହୁ ଓ କେତୁ ଗ୍ରହଙ୍କ କୁଦୃଷ୍ଟି ନିବାରଣର ବିଧାନ ମଧ୍ୟ ଏହି ମନ୍ଦିରରେ ହୋଇଥାଏ। ତେଣୁ ମା ଲଷ୍ମୀଙ୍କ ଦର୍ଶନ ପରେ ପରେ ସାମାନ୍ୟ ବିଶ୍ରାମ ନେଇ ଭକ୍ତ ଟିଏ ଅନ୍ତତଃ ଦୀପଟିଏ ଦେଇ ନବଗ୍ରହଙ୍କ ଆରାଧନା କରିବା ପରେ ଯାଇଥାଏ ନିଜର ପରମ ଆରାଧ୍ୟ ପ୍ରଭୁଙ୍କ ଦର୍ଶନ ପାଇଁ ଅlଗୁସାର ହୁଏ। ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।

ସର୍ବ ଶରୀର ମଧ୍ୟେ ସାର
ଦୁର୍ଲ୍ଲଭ ନର କଳେବର ।
ସୁଲଭ ନାଵ ରୂପେ ଘାଟେ
ବନ୍ଧନ ଭବ ସିନ୍ଧୁ ତଟେ ।
ଏ ନାବେ ଗୁରୁ କର୍ଣଧାର
ମୁହିଁ ଅନୁକୂଳ ସମୀର ।
ଏମନ୍ତ ନାଵ ଥାଉଁ କୂଳେ
ଯେବା ନ ତରେ ଭବ ଜଳେ ।
ସେ ନର ହୀନ ମୂଢ଼ ମତି
ତାହାଙ୍କୁ ବୋଲି ଆତ୍ମଘାତି ।

ତେଣୁ ନିବେଦନ,ଆତ୍ମଘାତି ନହୋଇ ନବଗ୍ରହଙ୍କ ଶାନ୍ତି ବିଧାନ ପୂର୍ବକ ଭବ ସାଗର ପାରି ହେବାପାଇଁ କୁହନ୍ତୁ ।

ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )

Leave A Reply

Your email address will not be published.