Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନ 

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କ ବେଶ ସମ୍ଭାର ଆଲୋଚନା ପରିପ୍ରେକ୍ଷୀରେ ଆମେ ତାଙ୍କର ସ୍ଵର୍ଣ୍ଣ ଆଭୂଷଣ ବିଷୟରେ ଅନେକ ବିଷୟ ଜାଣିଲେ। ମା ବିମଳାଙ୍କ ସ୍ଵର୍ଣ୍ଣ କିରୀଟି ଓ ନୋଥ ବିଷୟରେ ଥିବା ରୋଚକ ଲୋକକଥାଟି ହେଲା,୧୮୮୫ ମସିହା ଅଗଷ୍ଟ ମାସ କଥା, ସେତେବେଳେ ଶ୍ରୀମନ୍ଦିର ସହ ପ୍ରଶାସକ (ନୀତି ) ଭାବରେ  ମହିମୋହନ ତ୍ରିପାଠୀ ଯୋଗଦାନ କରିଥାନ୍ତି। ତାଙ୍କ ଯୋଗ ଦାନ ପୂର୍ବରୁ ମା ବିମଳାଙ୍କ କିରୀଟି ଭାଙ୍ଗି ଯାଇଥାଏ ଓ ମା କିରୀଟି ଶୂନ୍ୟ ହୋଇ ବେଶ ହେଉଥିବା ଭକ୍ତମାନଙ୍କ ଅସନ୍ତୋଷର କାରଣ ହୋଇଥାଏ।  ତେଣୁ ଶ୍ରୀମନ୍ଦିରର ବଣିଆ ସେବକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ମାନଗୋବିନ୍ଦ ସେନାପତି ନାଭିକଟା ମଣ୍ଡପରେ ଏହି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ ।  ଏହି କାର୍ଯ୍ୟ ଅତ୍ୟନ୍ତ ସତର୍କତା ସହ ଶ୍ରୀମନ୍ଦିର କାମାଣ୍ଡାଣ୍ଟ, ପରିଚାଳନା ସଦସ୍ୟ, ଭଣ୍ଡାର ମେକାପ, ଚଢ଼ଉ କରଣ ଓ ଶ୍ରୀ ତ୍ରିପାଠୀଙ୍କ ତତ୍ତ୍ୱାବଧାନ ରେ ଚାଲିଥିଲା ଓ କାର୍ଯ୍ୟ ସମାପ୍ତ ପରେ ୧୯୮୫  ମସିହା ଅକ୍ଟୋବର ତାରିଖରେ ପୁଣି ମାଙ୍କ ମସ୍ତକରେ ଶୋଭା ପାଇଲା। ମରାମତି ପରେ ଏହାର ଓଜନ ହେଲା କୋଡିଏ ଭରି।  କୁହାଯାଏ ମା ନିଜେ ଏହି କିରୀଟିର ନୂତନ ସ୍ୱରୂପକୁ କରିବା ପାଇଁ ଏହି ବଣିଆ ସେବକମାନଙ୍କୁ ଆଜ୍ଞା ଦେଇଥିଲେ ଓ ଏହି କିରୀଟି ପରିଧାନ ପରେ ମାଙ୍କ ରୂପ ଉଦ୍ଭାସିତ ହୋଇଥିଲା। ସେହିପରି ମାଙ୍କ ନୋଥଟି ଅନେକ ଦିନରୁ ହଜି ଯାଇଥିଲା, କିନ୍ତୁ ୧୯୯୫ ମସିହା ସେପ୍ଟେମ୍ବର ମାସ ୨ ତାରିଖ ଦିନ ପୁରୀ ବଣିଆ ପଟିର ଶ୍ରୀ ଦ୍ୱାରିକା ନାଥ ଶର୍ମା ହଠାତ ମା ବିମଳାଙ୍କ ସ୍ୱପ୍ନାଦେଶ ପାଇ ତାଙ୍କ ନିକଟରେ ବନ୍ଧା ପଡ଼ିଥିବା ଏକ ନୋଥକୁ ଶ୍ରୀମନ୍ଦିର ପଶାସକ ଙ୍କ ନିକଟରେ ସମର୍ପଣ କରିଥିଲେ. ଏହି ନୋଥରେ ୪୨ ଗୋଟି ସୁନ୍ଦର ଓ ବିରଳ ରତ୍ନ ପଥର ଖଚିତ ହୋଇ ଏକ ଭରି ନଅଣା, ଦୁଇ ପଇସା ଓଜନର ଥିଲା।  ମା ବିମଳାଙ୍କ ପାଖରେ ଲାଗି ହେବା ପରେ ମାଙ୍କ ମୁଖମଣ୍ଡଳ ଝଲସି ଉଠିଲା। ଏଥିରୁ ଦେବୀ ବିମଳାଙ୍କ ସ୍ଵର୍ଣ୍ଣ ଅଳଙ୍କାର ପ୍ରତି ଥିବା ବିଶେଷ ମୋହ ନିଶ୍ଚିତ ଭାବରେ ପ୍ରମାଣିତ ହୁଏ। ସେହି ପରି ଷୋଳପୂଜା ବ୍ୟତୀତ ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ମା ବିମଳାଙ୍କୁ ନିମ୍ନ ପର୍ବପର୍ବାଣୀରେ ନୂତନ ବସ୍ତ୍ର ଲାଗିହୁଏ।

୨. ପ୍ରଥମା ଅଷ୍ଟମୀ ବାରଲାଗି ଶାଢ଼ୀ

୨ . ରୁକ୍ମିଣୀ ହରଣ ଏକାଦଶୀ

୩. ବସନ୍ତ ପଞ୍ଚମୀ ସୁତା ଶାଢ଼ୀ

୪. ଓଢଣ ଷଷ୍ଠୀ ସୁତା ଶାଢ଼ୀ

୫ . କୁମାର ପୁର୍ଣିମା ସୁତା ଶାଢ଼ୀ

ଆଗାମୀ ଅଧ୍ୟାୟରେ ଜାଣିବା ଏହି ସବୁ ଶାଢ଼ୀ ଓ ଅଳଙ୍କାର ଭୂଷିତ ହୋଇ ମା ବିମଳା କେଉଁ କେଉଁ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

“ମୋର ମଙ୍ଗଳ କଥା ମାନ

ଯେ କରେ ଶ୍ରବଣ କୀର୍ତ୍ତନ।

ଶ୍ରବଣେ ପଶି ମୋର କଥା

ହରଇ ସର୍ବ ମନ ବ୍ୟଥା ।

ନିତ୍ୟେ ଯେ ଶୁଣେ ମନ ସୁଖେ

ସେ ସୁକ୍ଷ୍ମ ପରମାର୍ଥ ଦେଖେ ।

ଜୟ ମା ବିମଳା, ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.