Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଚୈତ୍ର ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ଷ ପାଳିତ ହେଉଥିବା ପର୍ବ ପର୍ବାଣୀ ଗୁଡିକର ତାଲିକା ମାସ ଅନୁଯାୟୀ ଆଲୋଚନା କ୍ରମେ ବର୍ତ୍ତମାନ ଆଲୋଚନା କରିବା ଶେଷ ଓଡ଼ିଆ ମାସ ଚୈତ୍ର ବିଷୟରେ ।

ଚୈତ୍ର ଗୁଣ୍ଡିଚା :- ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ନୀତି ଶ୍ରୀମନ୍ଦିରରେ ପାଳିତ ହୁଏ ।

ଅଶୋକା ଅଷ୍ଟମୀ :- ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପାଳିତ ହୋଇଥାଏ ଏହି ପର୍ବଟି ଭୁବନେଶ୍ୱର ବା ଏକ୍ରlମ କ୍ଷେତ୍ରରେ ବିଶେଷ ଧୂମଧାମରେ ପାଳିତ ହୁଏ। ଆଉ କିଛି ଶୈବ ପୀଠରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଶ୍ରୀ ରାମ ନବମୀ :- ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଏହା ପାଳିତ ହୋଇଥାଏ। ଏହା ସାରା ଭାରତର ଏକ ଗଣ ପର୍ବ ରୂପେ ମଧ୍ୟ ପାଳିତ ହୁଏ। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ସହ ଏହି ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀରାମ ଲୀଳା ଆରମ୍ଭ ହୋଇଥାଏ । (ବିଷଦ ଆଲୋଚନା ପରବର୍ତ୍ତୀ ଅଧ୍ୟାୟରେ କରାଯିବ )

ବି.ଦ୍ର :- ଚୈତ୍ର ଗୁଣ୍ଡିଚାଟି ଶ୍ରୀମନ୍ଦିର ପରମ୍ପରାର ଏକ ବିଶେଷ ପର୍ବ ଏହି ଦିନ ଶ୍ରୀମନ୍ଦିର ପରିସର ମଧ୍ୟରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଏକ ବିଶେଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚୈତ୍ର ମାସଟି ବିଷ୍ଣୁ ଙ୍କୁ ସମର୍ପିତ ମାସ ହୋଇଥିବାରୁ ଏଠାରେ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ନାରାୟଣ ସ୍ୱରୂପରେ ବିବେଚନା କରି ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

ସେଭଳି ଅଶୋକାଷ୍ଟମୀ ଉଭୟ ଶିବ ଓ ଶକ୍ତିଙ୍କ ପୂଜାର ଦିନ। କୁହାଯାଏ ଶ୍ରୀରାମ ରାବଣଙ୍କୁ ପରାସ୍ତ କରିବା ପାଇଁ ଶକ୍ତିଙ୍କ ଆରାଧନା କରି ଅଷ୍ଟମୀ ଦିନ ବର ପ୍ରାପ୍ତ ହୋଇଥିଲେ। ଏହି ଦିନକୁ ମନେ ପକାଇବା ପାଇଁ ଏକlମ୍ର କ୍ଷେତ୍ରରେ ରୁକୁଣା ରଥଯାତ୍ରା ହୋଇଥାଏ । ଆଗାମୀ ଅଧ୍ୟାୟରେ ଜାଣିବା ସମ୍ପୂର୍ଣ ଶ୍ରୀରାମ ଲୀଳା କିପରି ଶ୍ରୀମନ୍ଦିର ପରମ୍ପରାରେ ପାଳିତ ହୋଇଥାଏ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ପଶୁ ତନୟ ଦାରା ଦାସ
ଏ ସର୍ଵ ବିଜୁଳି ପ୍ରକାଶ ।
ଏହାଙ୍କ ସଙ୍ଗେ ବନ୍ଦୀ ହୋଇ
ପୋଷଇ ଦୁଃଖ ଭାର ବହି ।

ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )

Leave A Reply

Your email address will not be published.