Latest Odisha News

BREAKING NEWS

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ !

ପୁରୀ: ମାସକ ପୂର୍ବରୁ ଜଣେ ପୋଲିସ କର୍ମଚାରୀ ପୁରୀ ଶ୍ରୀମନ୍ଦିର ବାଇସି ପାହାଚରୁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଦେଇଥିବା ପରେ ସେତେବେଳେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ଏବେ ପୁଣି ଜଣେ ଯୁବତୀ ମନ୍ଦିର ପରିସରରୁ ମୋବାଇଲ୍ ଦ୍ୱାରା ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍ କଲା ପରେ ଏବେ ଦ୍ୱାଦଶ ଶତାବ୍ଦୀର ପ୍ରାଚୀନ ମନ୍ଦିରର ସୁରକ୍ଷା ନେଇ ଭୃକୁଞ୍ଚନ ସୃଷ୍ଟି ହେବା ସ୍ୱାଭାବିକ ।

 

ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁର ବାସିନ୍ଦା ତଥା ମେଘା ଲୁର୍ଥା ନାମ୍ନୀ ଦିଲ୍ଲୀ ୟୁନିଭର୍ସିଟିର ଜନୈକା ଛାତ୍ରୀ ଯିଏକି ଇଣ୍ଡିଗୋ ଏୟାରଲାଇନ୍ସରେ ଜଣେ କ୍ର‌୍ୟୁ ମେମ୍ବର ଭାବେ କାର୍ଯ୍ୟ କରନ୍ତି କିଛି ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ପରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ଯୁବତୀ ଜଣକ ଶ୍ରୀମନ୍ଦିର ପରିସରରେ ଥିବା ସାତପାହାଚରୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ଫଟୋ ସେୟାର୍ କରିବାରୁ ଏହି ଫଟୋଗୁଡ଼ିକ ଭାଇରାଲ୍ ହୋଇଯାଇଛି ।

କଡ୍ଡା ନିରାପତ୍ତା ବଳୟ ସହିତ ବିଭିନ୍ନ ସ୍ତରରେ ଯାଞ୍ଚ ହେବା ପରେ ମଧ୍ୟ ମନ୍ଦିର ଭିତରକୁ କିପରି କଟକଣା ଜାରି ହୋଇଥିବା ମୋବାଇଲ୍ ଫୋନ ପ୍ରବେଶ ହେଉଛି, ଏନେଇ ବୁଦ୍ଧିଜୀବୀ ମହଲରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷି ହୋଇଛି ।

ଏହି ଅଭାବନୀୟ ଘଟଣା ସମ୍ପର୍କରେ ନା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନା ପୋଲିସ କେହି ଏପର୍ଯ୍ୟନ୍ତ କିଛି ମନ୍ତବ୍ୟ ଦେଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.