Latest Odisha News

BREAKING NEWS

କଡ୍ଡା ଟକ୍କର୍ ହେଲା ୧ମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

କୋଲକାତା: କୋଲକାତାର ଇଡ଼େନ୍ ଗାର୍ଡ଼େନ୍ସରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୧ମ ଟି-୨୦ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ କଡ୍ଡା ଟକ୍କର୍ ହୋଇଥିଲେ ମଧ୍ୟ ଭାରତ ମ୍ୟାଚର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଜିତିବାକୁ ସୁଯୋଜ ନଦେଇ ୱେଷ୍ଟଇଣ୍ଡିଜ୍ ହାତରୁ ମ୍ୟାଚକୁ ଛଡ଼ାଇ ଆଣିଥିଲା ।

ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ଧୂଳିଚଟାଇ ପରାସ୍ତ କରିଥିଲା ।

କୋଲକାତାର ଇଡ଼େନ୍ ଗାର୍ଡ଼େନ୍ସରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନେବାକୁ ନିଷ୍ପତ୍ତି ନେଇଥିଲା ।

ୱେଷ୍ଟଇଣ୍ଡିଜ୍ ନିର୍ଦ୍ଦାରିତ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୦୯ ରନ୍ ସ୍କୋର କରିପାରିଥିଲା । ଦଳ ପକ୍ଷରୁ ଆଲେନ୍ ସର୍ବାଧିକ ୨୭ରନ କରିବାକୁ ସକ୍ଷମ ହୋଇଥିଲେ ।  ଭାରତ ପକ୍ଷରୁ କୁଲଦୀପ ଯାଦବ ଚମତ୍କାର କଞ୍ଜୁସି ବୋଲିଂ କରି ମାତ୍ର ୧୩ ରନରେ ୩ଟି ମୂଲ୍ୟବାନ ୱିକେଟ ହାସଲ କରିଥିଲେ ।

ଭାରତ ୨୦ ଓଭରରେ ୧୧୦ ରନର ବିଜୟଲକ୍ଷ୍ୟକୁ ୧୭.୫ ଓଭରରେ ୫ଟି ୱିକେଟ ହରାଇ ହାସଲ କରିପାରିଥିଲା ।

ଭାରତ ପକ୍ଷରୁ ୱିକେଟ କିପର୍ ଦିନେଶ କାର୍ତ୍ତିକ ଲଢୁଆ ୩୧ ରନ, ମନିଶ ପାଣ୍ଡେ ୧୯ ରନ ଏବଂ ଅଲରାଉଣ୍ଡର୍ କ୍ରୁନାଲ୍ ପାଣ୍ଡ୍ୟା ବିସ୍ଫୋରକ ୨୧ ରନ କରି ଭାରତକୁ ବିଜୟର ସ୍ୱାଦ ଚଖାଇଥିଲେ ।

ଭାରତୀୟ ବୋଲର୍ କୁଲଦୀପ ଯାଦବଙ୍କ ଆକର୍ଷଣୀୟ ବୋଲିଂ ଲାଗି ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା ।

ଆସନ୍ତା ୬ ତାରିଖରେ ଲକ୍ଷେ୍ମøରେ ୨ୟ ଏବଂ ୧୧ ତାରିଖରେ ଚେନ୍ନାଇଠାରେ ୩ୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ ।

Leave A Reply

Your email address will not be published.